ନୟାଗଡ଼: ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ତଥା ଓଡ଼ିଶାର ସର୍ବବୃହତ୍ତମ ଯକ୍ଷ୍ମା ହସ୍ପିଟାଲ ଭାବେ ପରିଚିତ ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ । ଦିନେ ରାଜ୍ୟ ଏବଂ ଦେଶରେ ନାଁ କରିଥିଲା । ନିଜର ଗୁଣାତ୍ମକ ଚିକିତ୍ସା ପ୍ରଦାନ ପାଇଁ ଏହି ଗୌରବ ଏବଂ ଗାରିମା ହାସଲ କରିଥିଲା । ଯକ୍ଷ୍ମା ରୋଗୀଙ୍କ ପ୍ରଥମ ପସନ୍ଦ ଥିଲା ଏହି ମେଡିକାଲ l କିନ୍ତୁ ଆଜି ସେ ଗୌରବ ଆଉ ନାହିଁ l ଏକ ସାଧାରଣ ମେଡିକାଲ ଠାରୁ ଆହୁରି ନିମ୍ନ ସେବା ଯୋଗାଉଛି l ଡାକ୍ତର ମରୁଡି ଏଠି ମୁଖ୍ୟ ସମସ୍ୟା ପାଲଟିଛି l
ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ତଥା ରଣପୁର ରାଜ ମାତା ବସନ୍ତ ମଞ୍ଜରୀ ଦେବୀ ଏହାକୁ ସ୍ଥାପନ କରିଥିଲେ l ସେତେବେଳେ ସେ ସ୍ବାସ୍ଥ୍ୟ ବିଭାଗର ଉପମନ୍ତ୍ରୀ ଥିଲେ l ତାଙ୍କ ନାମାନୁସାରେ ମେଡ଼ିକାଲର ନାମକରଣ ହୋଇଛି । ତେବେ ମେଡିକାଲର ଅବସ୍ଥା ଏବେ ନ କରିବା ଭଲ । ମେଡ଼ିକାଲର 20 ଜଣ ଡାକ୍ତର ରହିବା ସ୍ଥାନରେ ମାତ୍ର 6 ଜଣ ଡାକ୍ତର ଅଛନ୍ତି l ଯେଉଁ ଡାକ୍ତରମାନେ ରହୁଛନ୍ତି ସେମାନେ ସ୍ଥାନୀୟ ଘରୋଇ କ୍ଲିନିଙ୍ଗ କୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି ।