ନୟାଗଡ଼: ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଛି l ସେହିପରି ଅମାନିଆ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି l ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି(ବୁଧବାର) 223 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପ୍ରାୟ 26 ଶହ ସକ୍ରିୟ ମାମଲା ରହିଥିବା ଜଣାଯାଇଛି l
ନୟାଗଡ଼ରେ ହୁହୁ ବଢୁଛି କୋରୋନା: ଆଜି 223 ଚି଼ହ୍ନଟ - 223-new-covid-case-was-found
ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଛି l ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି 223 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଅଧିକ ପଢନ୍ତୁ...
ନୟାଗଡ଼ରେ ହୁହୁ ବଢୁଛି କୋରୋନା : ଆଜି 223 ଚି଼ହ୍ନଟ
ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ପରିସ୍ଥିତି ଜଟିଳ ହୋଇପଡ଼ୁଥିବା ଜଣାଯାଇଛି l ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି l ମୃତ୍ୟୁ ସଂଖ୍ୟା 51ରେ ପହଞ୍ଚିଛି l ଭାପୁର ବ୍ଲକରୁ 16, ଦଶପଲ୍ଲାରୁ 20, ଗଣିଆରୁ 6, ଖଣ୍ଡପଡାରୁ 34, ନୟାଗଡ଼ରୁ 41, ନୂଆଗାଁରୁ 27 ଏବଂ ଓଡଗାଁରୁ 38, ରଣପୁରରୁ 24 ଏବଂ ଜିଲ୍ଲା ବାହାରୁ ଏବଂ ନୟାଗଡ଼ ଏନଏସିରୁ 17 ଜଣ ଚି଼ହ୍ନଟ ହୋଇଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ