ଓଡିଶା

odisha

ETV Bharat / state

14 ଲକ୍ଷ ଟଙ୍କାର କଫ ସିରଫ ଜବତ,3 ଗିରଫ - କଫସିରଫ ଜବତ

ନୂଆଗାଁ ଥାନା ଅଞ୍ଚଳରୁ 14 ଲକ୍ଷ ଟଙ୍କାର କଫ ସିରଫ ଜବତ କରାଯାଇଛି । ଏହାସହ ୩ ଜଣଙ୍କୁ ଗିରଫ କରିଛି ନୂଆଗାଁ ପୋଲିସ l ଏହାସହ ଅଧିକ ତଦନ୍ତ ଜାରି ରହିଛି ।

14ଲକ୍ଷ ଟଙ୍କାର କଫସିରଫ ଜବତ,3 ଗିରଫ
14ଲକ୍ଷ ଟଙ୍କାର କଫସିରଫ ଜବତ,3 ଗିରଫ

By

Published : Mar 4, 2022, 10:23 PM IST

ନୟାଗଡ :ନୂଆଗାଁ ଥାନା ଅଞ୍ଚଳରୁ 14 ଲକ୍ଷ ଟଙ୍କାର କଫ ସିରଫ ଜବତ କରାଯାଇଛି । ଏହାସହ ୩ ଜଣଙ୍କୁ ଗିରଫ କରିଛି ନୂଆଗାଁ ପୋଲିସ l ଏହାସହ ଅଧିତ ତଦନ୍ତ ଜାରି ରହିଛି ।

14ଲକ୍ଷ ଟଙ୍କାର କଫସିରଫ ଜବତ,3 ଗିରଫ

ସୂଚନା ଅନୁସାରେ, ନୟାଗଡ଼ ନୂଆଗାଁ ଥାନା ଅଧିକାରୀ ବସନ୍ତ ସାହୁଙ୍କ ନେତୃତ୍ୱରେ ୫୭ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ ଚାଲୁଥିଲା । କଟକରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ୟାନକୁ ଅଟକାଇଥିଲା ପୋଲିସ । ସେଥିରୁ ବିପୁଳ ପରିମାଣର କପସିରପ ଜବତ କରିବା ସହିତ ଗାଡିରେ ଥିବା ତିନିଜଣଙ୍କୁ ଗିରଫ କରିଥିଲା ।

ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ନୟାଗଡ଼ ସିନ୍ଦୁରିଆର ହାଇଦର ମଲ୍ଲିକ ଓରଫ ଲଲ, କଟକ ଜଗତପୁର ଅଞ୍ଚଳର ମୁସ୍ତାକ ଖାନ, କେନ୍ଦ୍ରାପଡା ଗୋବିନ୍ଦପୁରର ଚନ୍ଦ୍ରଶେଖର ଗ୍ରହଚାର୍ଯ୍ୟ । ସେମାନଙ୍କ ନିକଟରୁ ୯ହଜାର ୬ଶହ ବୋଟଲ କଫ ସିରଫ, ୪ଷ୍ଟ୍ରିପ ନିଶା ବଟିକା, ୫ଟି ମୋବାଇଲ ଫୋନ ଏବଂ ନଗଦ ୧୬ଶହ ଟଙ୍କା ଜବତ କରିଛି ପୋଲିସ। ଏନେଇ ନୟାଗଡ଼ ଅତିରିକ୍ତ ଏସ୍ପି ଉମାକାନ୍ତ ମଲିକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details