ନୟାଗଡ଼:ଜିଲ୍ଲାର ସଦର ଥାନା ପାଣିପୋଇଲା ନିକଟ ଜଙ୍ଗଲେ ଚଲିଥିବା ବେଆଇନ କ୍ରସରକୁ ଜବତ କରି ମାଟିରେ ମିଶାଇଛି ନୟାଗଡ଼ ଜିଲ୍ଲା ପ୍ରଶାସନ । ବହୁ ଦିନ ଧରି ସେଠାରେ ବେଆଇନ କ୍ରସର ଚାଲୁ କରାଯାଉଥିଲା ବୋଲି ଅଭିଯୋଗ ହେଉଥିଲା ।
ଜିଲ୍ଲା ପ୍ରଶାସନ ବାରମ୍ବାର କ୍ରସର ମାଲିକଙ୍କୁ ତାଗିଦ କରିଲେ ମଧ୍ୟ କ୍ରସର ମାଲିକ ଶୁଣୁନଥିଲେ । ତେବେ ଏନେଇ ନୟାଗଡ଼ ବନଖଣ୍ଡ ଅଧିକାରୀ ଜାଣିବା ପରେ ଚଢାଉ କରି କ୍ରସରକୁ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି । ଚଢାଉ ବେଳେ କ୍ରସର ମାଲିକ ସନୋସ ମୁଦୁଲି ଓ ତାଙ୍କ ଭାଇ ରମେଶ ଏହାକୁ ବିରୋଧ କରିବା ସହ ଆକ୍ରମଣ କରିବାକୁ ଚେତାବନୀ ଦେଇଥିଲେ ।