ଓଡିଶା

odisha

ETV Bharat / state

ଆମରଣ ଅନଶନକାରୀଙ୍କୁ ଉଠାଇନେଲା ପୋଲିସ

ଆମରଣ ଅନଶନକାରୀଙ୍କୁ ଉଠାଇନେଲା ପୋଲିସ । ନ୍ୟାୟ ଆଶାରେ ମହିଳା ଜଣକ ଧାରଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ଅଧିକ ପଢନ୍ତୁ...

hunger strike protester taken by police in nayagarh
ଆମରଣ ଅନଶନକାରୀଙ୍କୁ ଉଠାଇନେଲା ପୋଲିସ

By

Published : Mar 23, 2021, 8:07 AM IST

ନୟାଗଡ:ଆମରଣ ଅନଶନକାରୀଙ୍କୁ ଉଠାଇନେଲା ପୋଲିସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିବା ନୂଆଗାଁ ଗାତେରୀ ଗାଁର ବାସନ୍ତୀ ସେଠୀଙ୍କୁ ନୟାଗଡ଼ ପୋଲିସ ଉଠାଇ ନେଇଛି।

ଆମରଣ ଅନଶନକାରୀଙ୍କୁ ଉଠାଇନେଲା ପୋଲିସ

ସେହି ମହିଳାଙ୍କୁ ତାଙ୍କ ଗ୍ରାମର ଜନୈକ ବ୍ୟକ୍ତି ମଦ୍ୟପାନ କରି ମାରଣାସ୍ତ୍ର ଧରି ତାଙ୍କ ପରିବାରକୁ ମାରଧର କରିଥିଲା । ଏହାସହ ହତ୍ୟା ଧମକ ଦେଇଥିଲା । ଏସମ୍ପର୍କରେ ପୋଲିସକୁ ବାରମ୍ବାର ଜଣାଇଲେ ମଧ୍ୟ ବାସନ୍ତୀଙ୍କୁ ନ୍ୟାୟ ମିଳି ନଥିଲା । ସେ ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ପୋଲିସ ଉଠାଇନେଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା ,ଇଟିଭି ଭାରତ

ABOUT THE AUTHOR

...view details