ଓଡିଶା

odisha

ETV Bharat / state

ନୟାଗଡ଼ ମୁହାଁ ପର୍ଯ୍ୟଟକ, ଝରଣା କୂଳେ ଜମୁଛି ଭୋଜିଭାତ ଆସର

ରାଜ୍ୟରେ ଆରମ୍ଭ ହୋଇଗଲାଣି ଶୀତ । ଶୀତଋତୁରେ ପରିବେଶର ମନୋରନ ଦୃଶ୍ୟକୁ ଉପଭୋଗ କରିବାରୁ ପର୍ଯ୍ୟଟନ ସ୍ଥଳୀରେ ଲାଗେ ପର୍ଯ୍ୟଟକଙ୍କ ଭିଡ । ପ୍ରାକୃତିକ ସ୍ଥାନଠୁ ନେଇ ଦେବୀ ପୀଠ ସବୁର ଭରପୁର ମଜା ନିଅନ୍ତ ପର୍ଯ୍ୟଟକ । ଅଧିକ ପଢନ୍ତୁ...

ନୟାଗଡ଼ ମୁହାଁ ପର୍ଯ୍ୟଟକ
ନୟାଗଡ଼ ମୁହାଁ ପର୍ଯ୍ୟଟକ

By

Published : Nov 4, 2021, 4:16 PM IST

ନୟାଗଡ:ରାଜ୍ୟରେ ଆରମ୍ଭ ହୋଇଗଲାଣି ଶୀତ । ଶୀତଋତୁରେ ପରିବେଶର ମନୋରନ ଦୃଶ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟନ ସ୍ଥଳୀରେ ଲାଗେ ପର୍ଯ୍ୟଟକଙ୍କ ଭିଡ । ପ୍ରାକୃତିକ ସ୍ଥାନଠୁ ନେଇ ଦେବୀ ପୀଠ ସବୁର ଭରପୁର ମଜା ନିଅନ୍ତ ପର୍ଯ୍ୟଟକ । ଶିତୁଆ ସକାଳର ସୂର୍ଯ୍ୟକିରଣ ଖରା ଛାଇରେ ପର୍ଯ୍ୟଟକଙ୍କ କୋଳାହଳରେ ଫାଟି ଉଠେ ପର୍ଯ୍ୟଟନସ୍ଥଳୀ । ନୟାଗଡ ଜିଲ୍ଲାରେ ଅନେକ ଆକର୍ଷଣୀୟ ସ୍ଥାନ ଥିବାରୁ ଏଥିପାଇଁ ପର୍ଯ୍ୟଟକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଲାଣି ।

ନୟାଗଡ଼ ମୁହାଁ ପର୍ଯ୍ୟଟକ

ଜିଲ୍ଲାରେ 8ଟି ବ୍ଳକରେ ସୁନ୍ଦର ସୁନ୍ଦର ଆକର୍ଷଣୀୟ ସ୍ଥାନ ରହିଛି । ଯାହା ପର୍ଯ୍ୟଟକଙ୍କ ମନ ମୋହିତ କରିଛି । ବିଶେଷ କରି ଝରଣାର ମଜା ନେଉଛନ୍ତି ଲୋକେ । ଝରଣାରେ ଗାଧୋଇବା ସହିତ ପ୍ରାକୃତିକ ପରିବେଶର ମଜା ନେଉଛନ୍ତି ପର୍ଯ୍ୟଟକ । ଶୀତ ଋତୁରେ ରାଜ୍ୟର ବହୁ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ଏଠାରେ ଭିଡ଼ ଲାଗିଛି। ପ୍ରାକୃତିକ ପରିବେଶ ମଧ୍ୟରେ ଝରଣା କୂଳେ ଭୋଜି ଭାତ ଆସର ଜମାଇଛନ୍ତି ପର୍ଯ୍ୟଟକ । ମନୋରମ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଛି l

ଜିଲ୍ଲାରେ ଅନେକ ଝରଣା ନିକଟକୁ ଭଲ ରାସ୍ତା ନଥିବା ବେଳେ ଖାଲଖମାରେ ଭର୍ତ୍ତି ରାସ୍ତା ଦେଇ ଯିବାକୁ ପଡ଼େ । ଏଠାରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ମଧ୍ୟ ମିଳୁ ନାହିଁ l ଆଗକୁ ରାଜ୍ୟ ବାହାରୁ ଏବଂ ଜିଲ୍ଲା ବାହାରୁ ଅନେକ ପର୍ଯ୍ୟଟକ ଆସିବାକୁ ଥିବା ବେଳେ ଏବେଠୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ଦାବି ହୋଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details