ଓଡିଶା

odisha

ETV Bharat / state

ଲୁଟ ହୋଇଥିବା ବିପୁଳ ପରିମାଣର ସୁନା ଗହଣା ଜବତ: 2 ବଙ୍ଗୀୟ ମହିଳା ଗିରଫ - ଲୁଟେରା

୧୨ଘଣ୍ଟା ମଧ୍ୟରେ ୨ ବଙ୍ଗୀୟ ମହିଳା ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣାକୁ ଜବତ କଲା ପୋଲିସ। ଅଧିକ ପଢନ୍ତୁ...

ଲୁଟ ହୋଇଥିବା ବିପୁଳ ପରିମାଣର ସୁନା ଗହଣା ଜବତ : 2 ବଙ୍ଗୀୟ ମହିଳାଙ୍କୁ ଗିରଫ କଲା ପୋଲିସ
ଲୁଟ ହୋଇଥିବା ବିପୁଳ ପରିମାଣର ସୁନା ଗହଣା ଜବତ : 2 ବଙ୍ଗୀୟ ମହିଳାଙ୍କୁ ଗିରଫ କଲା ପୋଲିସ

By

Published : Sep 16, 2021, 3:05 PM IST

ନୟାଗଡ଼ : ଜିଲ୍ଲା ଚାନ୍ଦପୁର ପୋଲିସକୁ ସଫଳତା। ଲୁଟର ୧୨ଘଣ୍ଟା ମଧ୍ୟରେ ୨ ବଙ୍ଗୀୟ ମହିଳା ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣାକୁ ଜବତ କଲା ପୋଲିସ ।

ଲୁଟ ହୋଇଥିବା ବିପୁଳ ପରିମାଣର ସୁନା ଗହଣା ଜବତ : 2 ବଙ୍ଗୀୟ ମହିଳାଙ୍କୁ ଗିରଫ କଲା ପୋଲିସ

ମିଳିଥିବା ସୂଚନାଅନୁଯାୟୀ ଚାନ୍ଦପୁର ଅଞ୍ଚଳର ସୁଶାନ୍ତ ନାୟକଙ୍କ ଘରୁ ମଙ୍ଗଳବାର ରାତିରେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି ହୋଇଯାଇଥିଲା। ଏ ନେଇ ସୁଶାନ୍ତ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ତତ୍ପରତା ଦେଖାଇ ଖୋଳତାଡ଼ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ, ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଆସିଥିବା ଯାଯାବର ଗ୍ୟାଙ୍ଗ ଉକ୍ତ କାଣ୍ଡ ଘଟାଇଛନ୍ତି।

ଏନେଇ ସଙ୍ଗେ ସଙ୍ଗେ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇ ଚାନ୍ଦପୁର ଥାନା ଅଞ୍ଚଳର ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା । ଏବଂ ରାତି ତମାମ ବିଭିନ୍ନ ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପେରସନ ଜାରି ରଖି ଦୁଇ ମହିଳା ଅଭିଯୁକ୍ତଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୪୨ ଗ୍ରାମ ସୁନା ଗହଣା ଏବଂ ୫୩୯ ଗ୍ରାମ ରୂପା ଗହଣା ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ଯାହାର ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଜଣାପଡ଼ିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details