ଓଡିଶା

odisha

ETV Bharat / state

ବିପୁଳ ପରିମାଣର କୋରେକ୍ସ ଜବତ, 2 ଗିରଫ - କୋରେକ୍ସ ବୋତଲ

ବିପୁଳ ପରିମାଣର କୋରେକ୍ସ ବୋତଲ ଜବତ । 2 ଜଣ ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ବିପୁଳ ପରିମାଣର କୋରେକ୍ସ ବୋତଲ ଜବତ,2 ଜଣଙ୍କୁ ବାନ୍ଧିଲା ପୋଲିସ
ବିପୁଳ ପରିମାଣର କୋରେକ୍ସ ବୋତଲ ଜବତ,2 ଜଣଙ୍କୁ ବାନ୍ଧିଲା ପୋଲିସ

By

Published : Aug 2, 2021, 11:32 AM IST

ନୟାଗଡ:ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ କୋରେକ୍ସ କାରବାର l ବିପୁଳ ପରିମାଣର କୋରେକ୍ସ ବୋତଲ ସହ 2 ଜଣ ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ । ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଖଳିସାହି ପଞ୍ଚାୟତ କୋଟପୋଖରୀ ଗାଁରେ ଚଢ଼ାଉ କରି 2 ଜଣଙ୍କୁ ଗିରଫ କଲା ପୋଲିସ ।

ବିପୁଳ ପରିମାଣର କୋରେକ୍ସ ବୋତଲ ଜବତ,2 ଜଣଙ୍କୁ ବାନ୍ଧିଲା ପୋଲିସ

ଗିରଫ ଅଭିଯୁକ୍ତମାନେ ହେଲେ ଏହି ଗାଁର ଆଲୋକ ସାହୁ ଏବଂ ତାର ଭାଇ ଦୀପକ ସାହୁ । ଉଭୟ ନିଜ ଘରେ କୋରେକ୍ସ ରଖି ବିକ୍ରି କରୁଥିଲେ । ଏହାକୁ ନିଶା ରୂପେ ବ୍ୟବହାର ପାଇଁ ଘରେ ଅବୈଧ ରୂପେ ରଖିଥିଲେ ଆଲୋକ l ପୋଲିସ ଏହା ଜାଣିପାରି ଚଢ଼ାଉ କରିଥିଲା l

ନୟାଗଡରୁ ଜୟେନ୍ଦ୍ର ବେହେରା ,ଇଟିଭି ଭାରତ

ABOUT THE AUTHOR

...view details