ନୟାଗଡ଼: ବାସହୀନଙ୍କୁ ମିଳୁନି ପକ୍କାଘର l ଆବାସ ଯୋଜନା ପାଲଟିଛି ସାତ ସପନ l ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କିଛି ବି ସୁଫଳ ମିଳୁନି l ଏଭଳି ଦୃଶ୍ୟ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ଗ୍ରାମପଞ୍ଚାୟତ ଅଡ଼ାଲ ଗ୍ରାମରେ ଦେଖିବାକୁ ମିଳିଛି l
ଅଡ଼ାଲ ଗ୍ରାମର ସହଦେବ ଲେଙ୍କା ଘର ଦେଢବର୍ଷ ହେଲା ଲଗାଣ ବର୍ଷାରେ ଭାଙ୍ଗିଯାଇଛି l ଏବେ ଭଡାଘରେ ବିତୁଛି ଜୀବନ l ଘର ଟିଏ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ପରିବାର ଲୋକେ l ସମସ୍ତ ଗରିବ ଲୋକଙ୍କୁ ଆବାସ ଯୋଜନାରେ ସାମିଲ୍ କରାଯିବ ବୋଲି କହୁଛନ୍ତି ସରକାର ମାତ୍ର ପ୍ରକୃତ ହିତାଧିକାରୀଙ୍କୁ ମିଳିପାରୁନି ପକ୍କାଘର l