ନୟାଗଡ଼: ନୟାଗଡ଼ରେ କୁଆ ପଥର ସହ ପ୍ରବଳ ବର୍ଷା ଓ ପବନ ହୋଇଛି । ଦିନ ସାରା ପ୍ରଚଣ୍ଡ ଖରା ହୋଇଥିବା ବେଳେ, ହଠାତ ଅପରାହ୍ନ ସମୟରେ ମେଘ ସହ ଘଡଘଡି ହୋଇଥିଲା ।
ନୟାଗଡ଼ରେ କୁଆ ପଥର ସାଙ୍ଗକୁ ପ୍ରବଳ ବର୍ଷା - ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ
ନୟାଗଡ଼ରେ କୁଆ ପଥର ସାଙ୍ଗକୁ ପ୍ରବଳ ବର୍ଷା । ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ । ଅଧିକ ପଢନ୍ତୁ...
![ନୟାଗଡ଼ରେ କୁଆ ପଥର ସାଙ୍ଗକୁ ପ୍ରବଳ ବର୍ଷା Heavy rains hit wells in Nayagarh](https://etvbharatimages.akamaized.net/etvbharat/prod-images/768-512-6741815-thumbnail-3x2-rain-jp.jpg)
ନୟାଗଡ଼ରେ କୁଆ ପଥର ସାଙ୍ଗକୁ ପ୍ରବଳ ବର୍ଷା
ଏହି ସମୟରେ ପ୍ରବଳ ବେଗରେ ପବନ ମଧ୍ୟ ହୋଇଥିଲା । ପ୍ରାୟ ଦେଢ଼ ଘଣ୍ଟା ଧରି ମେଘପବନ ହୋଇଥିଲା । ଅଧିକ ମାତ୍ରାରେ ପବନ ବହିବା ଯୋଗୁ ଜିଲ୍ଲାରେ ବିଦ୍ୟୁତ ସେବା ସମ୍ପୂର୍ଣ ବନ୍ଦ ରହିଛି । ଗଛ ପତ୍ର ଭାଙ୍ଗିଥିବା ବେଳେ, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଗୋଟେପଟେ ଲକ ଡାଉନ ଯୋଗୁଁ ପରିବା ବେପାରରେ ପ୍ରବଳ କ୍ଷତି ହୋଇଥିବା ବେଳେ, ଅଦିନିଆ ବର୍ଷାରେ ଚାଷୀ ସମ୍ପୂର୍ଣ ବେସାହରା ହୋଇଯାଇଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ