ଓଡିଶା

odisha

ETV Bharat / state

କାଜୁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ

ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କନ୍ଧନୟାଗଡ଼ ପଟାଖାଲ ନିକଟ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ହେଲେ କନ୍ଧନୟାଗଡ଼ ବରପାଟଣା ସାହିର ରାଜା କଳସ । ଅଧିକ ପଢନ୍ତୁ

By

Published : Nov 22, 2021, 1:50 PM IST

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୟାଗଡ: ଜିଲ୍ଲା ଚାନ୍ଦପୁର ଥାନା କନ୍ଧନୟାଗଡ଼ ପଟାଖାଲ ନିକଟ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ହେଲେ କନ୍ଧନୟାଗଡ଼ ବରପାଟଣା ସାହିର ରାଜା କଳସ । ଏହା ଆତ୍ମହତ୍ୟା ନାଁ ହତ୍ୟା ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପରିବାର ଲୋକଙ୍କ କହିବାଅନୁସାରେ ରାଜା କିଛି ଦିନ ହେବ ଉଦାସ ରହୁଥିଲେ । ଦେହ ଭଲ ନାହିଁ କେଉଁଆଡେ ଯାଇ ପରିବେ ନାହିଁ ବୋଲି କହିଥିଲେ ରାଜା । ଦୁଇଦିନ ହେବ ଘରୁ କେଉଁ ଆଡେ ଚାଲିଯାଇଥିଲେ । ଘର ଲୋକ ବହୁତ ଖୋଜାଖୋଜି କରିଥିଲେ । ଏହାପରେ ସେ ରାଜାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ ଘରଲୋକ । ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ସନ୍ଦେହ ବଢ଼ିବାରେ ଲାଗିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ରଣପୁର ପଠାଇଛି । ପରିବାର ପକ୍ଷରୁ ଚାନ୍ଦପୁର ଥାନାରେ ହତ୍ୟା ଅଭିଯୋଗ କରାଯାଇଛି l ଚାନ୍ଦପୁରରୁ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ABOUT THE AUTHOR

...view details