ନୟାଗଡ:ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଗୁଡ଼ୁପାଙ୍ଗି ଓ ୧୭ ଖଣ୍ଡ ମୌଜାର ବିବାଦୀୟ ରାସ୍ତା । ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ସପକ୍ଷରେ ରାୟ ଆସିବା ପରେ ଆରମ୍ଭ ହୋଇଛି କାର୍ଯ୍ୟ । ଏହାସହ ଏହି ଅଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସୂଚନାଅନୁସାରେ, ରାସ୍ତା ନିର୍ମାଣ ପାଇଁ ଗୁଡ଼ୁପାଙ୍ଗି ଏବଂ ୧୭ ଖଣ୍ଡ ମୌଜା ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହାପରେ ରାସ୍ତାକୁ ବନ୍ଦ କରି ରଖିଥିଲେ ଗୁଡ଼ୁପାଙ୍ଗି ଗ୍ରାମବାସୀ ।
ରାସ୍ତା ନିର୍ମାଣ ପାଇଁ ୧୭ ଖଣ୍ଡ ମୌଜାର ଲୋକେ ପାରମ୍ପରିକ ହତିଆର ଫାର୍ସା ଆଦି ଧରି ରାଜପଥ ଅବରୋଧ କରିଥିଲେ । ଏହାକୁ ନେଇ ଜାତୀୟ ଗ୍ରୀନଟ୍ରିବୁନାଲରେ ମାମଲା ଚାଲିଥିଲା । ତେବେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ସପକ୍ଷରେ ରାୟ ଆସିବା ପରେ ଆରମ୍ଭ ହୋଇଛି ରାସ୍ତା ନିର୍ମାଣ କାର୍ଯ୍ୟ । ଏହାସହ ଉକ୍ତ ଅଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।