ନୟାଗଡ଼ : ଅଷ୍ଟପ୍ରହରୀବେଳେ ଗୋଷ୍ଠୀ ସଂଘର୍ଷ ଘଟି ୧୦ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଶାଳପଡ଼ା ଗ୍ରାମପଞ୍ଚାୟତ ମାଣିବନ୍ଧ ଗାଁରେ । ଏଠାରେ ଅଷ୍ଟପ୍ରହରୀ ପ୍ରୋସେସନକୁ ନେଇ ମାଣିବନ୍ଧ ଗାଁ ଏବଂ ମାଣିବନ୍ଧ ନୂଆସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।
ଅଷ୍ଟପ୍ରହରୀବେଳେ ଗୋଷ୍ଠୀ ସଂଘର୍ଷ, ୧୦ରୁ ଊର୍ଦ୍ଧ୍ବ ଆହତ - ନୟାଗଡ଼ରେ ଗୋଷ୍ଠୀ ସଂଘର୍ଷ
ଅଷ୍ଟପ୍ରହରୀବେଳେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ୧୦ରୁ ଅଧିକ ଲୋକେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢ଼ନ୍ତୁ
ଅଷ୍ଟପ୍ରହରୀ ବେଳେ ଗୋଷ୍ଠୀ ସଂଘର୍ଷ, ୧୦ରୁ ଊର୍ଦ୍ଧ୍ବ ଆହତ
ଯେଉଁଥିରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଉଛି l ଅନ୍ୟପକ୍ଷରେ ଅଭିଯୋଗ ପାଇ ଫତେଗଡ଼ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଚଳାଇଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଖୁଵ ଚର୍ଚ୍ଚାର ବିଷୟ ପାଲଟିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ