ନୟାଗଡ଼:ଜିଲ୍ଲାରେ ରହିଛି ପ୍ରଚୁର ପରିମାଣର ଗ୍ରାଫାଇଟ । ଜିଓଡେଟିକାଲ ସର୍ଭେ ଅଫ ଇଣ୍ଡିଆ ସାଟେଲାଇଟର ସର୍ଭେରେ ଏହି ସନ୍ଧାନ ମିଳିଛି । ଦଶପଲ୍ଲା ବ୍ଲକ ଟୁମାଣ୍ଡି ଅଞ୍ଚଳରେ ମାଟି ତଳେ ପ୍ରଚୁର ପରିମାଣର ଗ୍ରାଫାଇଟ ରହିଥିବା ଜଣାପଡିଛି । ଏହା ଜଣାପଡିବା ପରେ ଗତ 3 ମାସ ଧରି ସର୍ଭେ ଚଳାଇଛି ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଏବଂ ଖଣିଜ ସମ୍ପଦ ବିଭାଗ ।
ଉକ୍ତ ଅଞ୍ଚଳରେ 60 ଫୁଟ ଉଚ୍ଚ 30 ଫୁଟ ପ୍ରସ୍ଥ ବିଶିଷ୍ଟ 8 କିଲୋମିଟର ପରିବ୍ୟାପ୍ତ ସ୍ଥାନରେ ଏହି ଗ୍ରାଫାଇଟ ଥିବା ସଟେଲାଇଟ ଚିତ୍ରରୁ ଆକଳନ କରିଛି ବିଭାଗ । ସାଟେଲାଇଟ ସର୍ବେକ୍ଷଣ ପରେ ସ୍ଥାନୀୟ ତୁମାଣ୍ଡି ଅଞ୍ଚଳରେ ଗତ 3 ମାସ ଧରି ଚାଲିଛି ସର୍ବେକ୍ଷଣ କାର୍ଯ୍ୟ ।