ଓଡିଶା

odisha

ETV Bharat / state

ଦଶପଲ୍ଲାରେ ନିର୍ମାଣ ହେବ ବାଇପାସ, ଖର୍ଚ୍ଚ ହେବ ୧୬୧ କୋଟି ଟଙ୍କା

ନୟାଗଡ଼ ଦଶପଲ୍ଲାରେ ୧୬୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ବାଇପାସ୍ ରୋଡ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ଦଶପଲ୍ଲା ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

ଦଶପଲ୍ଲାରେ ନିର୍ମାଣ ହେବ ବାଇପାସ, ଖର୍ଚ୍ଚ ହେବ ୧୬୧ କୋଟି ଟଙ୍କା
ଦଶପଲ୍ଲାରେ ନିର୍ମାଣ ହେବ ବାଇପାସ, ଖର୍ଚ୍ଚ ହେବ ୧୬୧ କୋଟି ଟଙ୍କା

By

Published : Sep 28, 2022, 10:19 PM IST

ନୟାଗଡ଼: ବଦଳିବ ଦଶପଲ୍ଲାର ମାନଚିତ୍ର । ଏଥିପାଇଁ ଖର୍ଚ୍ଚ ହେବ ୧୬୧ କୋଟି ଟଙ୍କା । ବହୁ ପ୍ରତୀକ୍ଷାର ଅନ୍ତ ପରେ ଦଶପଲ୍ଲାରେ ନିର୍ମାଣ ହେବାକୁ ଯାଉଛି ନୂତନ ବାଇପାସ୍ ରୋଡ । ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ଦଶପଲ୍ଲା ଅଞ୍ଚଳବାସୀ ।

ଦଶପଲ୍ଲାରେ ନିର୍ମାଣ ହେବ ବାଇପାସ, ଖର୍ଚ୍ଚ ହେବ ୧୬୧ କୋଟି ଟଙ୍କା

ଦିନକୁ ଦିନ ଦଶପଲ୍ଲା ସହରରେ ଜନସଂଖ୍ୟା ବଢିବାରେ ଲାଗିଛି । ଦଶପଲ୍ଲା ବଜାର ଦେଇ ବହୁ ମାତ୍ରାରେ ଗାଡିମଟର ଯିବା ଆସିବା କରୁଛି । ଦୋକାନ ବଜାର ମଧ୍ୟ ବଢ଼ିବାରେ ଲାଗିଛି । ସହର ମଧ୍ୟ ଦେଇ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ୫୭ ଯାଇଛି । ଦଶପଲ୍ଲା ସହର ଏନଏସିରେ ପରିଣତ ହୋଇଥିଲେ ମଧ୍ୟ ବାଇପାସ ରୋଡ଼ ହୋଇନପାରିବାରୁ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିରହିଛି । ଦଶପଲ୍ଲା ତଥା କୁଞ୍ଜବନଗଡ଼ ଏବଂ ସତପାଟଣା ଦୁଇଟି ପଞ୍ଚାୟତ ମିଶି ୨୦୧୫ ମସିହାରେ ଦଶପଲ୍ଲା ଏନଏସି ଗଠନ ହେଲା । ସେହିଭଳି ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ମଧ୍ୟରେ ଦଶପଲ୍ଲା ସହର ଏକ ପ୍ରମୂଖ ସହର ରୂପେ ପରିଗଣିତ । ମହାନଦୀ ଉପରେ ବ୍ରିଜ ହୋଇଯିବାରୁ ଅନୁଗୁଳ ସହ ବ୍ରହ୍ମପୁର ସହର ସିଧା ସଳଖ ଯୋଡି ହୋଇଛି ।

ଦଶପଲ୍ଲା ସହର ବାଣିଜ୍ୟର ପେଣ୍ଠସ୍ଥଳୀ ହୋଇଥିବାରୁ ଦୋକାନ ବଜାର ବହୁ ମାତ୍ରାରେ ବଢିଛି । ଦଶପଲ୍ଲାର ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ବେଶ ଗୁରୁତ୍ବ ବହନ କରିଥାଏ । ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ସମୟରେ ବହୁ ଦୂର ଦୂରାନ୍ତରୁ ଲୋକମାନେ ରାବଣ ପୋଡି ଏବଂ ଲଙ୍କାପୋଡିକୁ ଦେଖି ଆସିଥାନ୍ତି । ଏହି ସମୟରେ ବହୁତ ଗହଳି ଯୋଗୁଁ ବହୁ ମାତ୍ରାରେ ଦୁର୍ଘଟଣା ହୋଇଥାଏ । ଏଥିଯୋଗୁଁ ବହୁତ ମାତ୍ରାରେ ଧନଜୀବନ ନଷ୍ଟ ହୋଇଥାଏ । ରାସ୍ତାରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଦଶପଲ୍ଲା ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବିଧାନସଭାରେ ଏନେଇ ପ୍ରଶ୍ନ ଉଠାଇଥିଲେ ।

ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୧ କୋଟି ୧ ଲକ୍ଷ ଟଙ୍କା ମଞ୍ଜୁର କରିବା ପରେ ଦଶପଲ୍ଲା ନରସିଂହପୁର ଠାରୁ ଚକ୍ରଧରପୁର ଛକ ପର୍ଯ୍ୟନ୍ତ ୫ କିଲୋମିଟର ୩୩ ମିଟର ଲମ୍ବ ଓ ୧୩୫ ଫୁଟ ଚଉଡ଼ା ରାସ୍ତା ନିର୍ମାଣ କରାଯିବ । ଏଥିରେ ୧୦ଟି ଗ୍ରାମର ୫୯ ଏକର ସରକାରୀ ଜମି ଓ ୪୯ ଏକର ଘରୋଇ ଜମି ଏବଂ ବାସଗୃହ ସହିତ ୨.୬ ଏକର ଗ୍ରାମ୍ୟ ଜଙ୍ଗଲର ଜମି ଅଧିଗ୍ରହଣ ହେବ । ଦଶପଲ୍ଲାରେ ନିର୍ମାଣ ହେବ ନୂତନ ଫ୍ଲାଏ ଓଭରବ୍ରିଜ । ଫଳରେ ହଜାର ହଜାର ଲୋକେ ଉପକୃତ ହେବା ସହିତ ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details