ଓଡିଶା

odisha

By

Published : Dec 13, 2020, 5:32 PM IST

ETV Bharat / state

ପରୀ ମୃୃତ୍ୟୁ ମାମଲା: ବିଜେପି ଗଣଧାରଣାରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି। ଆଜି(ରବିବାର) ଆନ୍ଦୋଳନରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ । ଅଧିକ ପଢ଼ନ୍ତୁ...

Former Union Minister Joel Oram joined the BJPs protest for pari murder case in nayagarh
ପରୀ ମୃୃତ୍ୟୁ ମାମଲା: ବିଜେପି ଗଣଧାରଣାରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ନୟାଗଡ଼:ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଏହି ଗଣ ଧାରଣା ଆଜି(ରବିବାର) ନବମ ଦିନରେ ପହଞ୍ଚିଛି । ଆଜି(ରବିବାର) ଏହି ଗଣଧାରଣାରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ ।

ପରୀ ମୃୃତ୍ୟୁ ମାମଲା: ବିଜେପି ଗଣଧାରଣାରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

9 ଦିନ ଧରି ଚାଲି ଆସୁଥିବା ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଆନ୍ଦୋଳନରତ ବିଜେପି କର୍ମୀ ରୋକଠୋକ କହିଛନ୍ତି। ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ l ତଦନ୍ତ ପ୍ରକ୍ରିୟାକୁ ମନ୍ତ୍ରୀ ଅରୁଣ ସାହୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା କରିଛି ବିଜେପି । ଏଥିପାଇଁ ସେ ଇସ୍ତଫା ଦେବା ଆବଶ୍ୟକ ବୋଲି କହିଛନ୍ତି ବିଜେପି ସାଂସଦ । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି କହିଛି ବିଜେପି ।

ଗତ ଜୁଲାଇ ମାସରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ପରୀକୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ। ଏହାର କଛି ଦିନ ପରେ ତାହାର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା। ମାନବ ଅଙ୍ଗ ତଷ୍କରୀ କରି ପରୀ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ମନ୍ତ୍ରୀ ବି ଜଡ଼ିତ ରହିଥିବା ଅଭିଯୋଗ କରିଛି ବିଜେପି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details