ନୟାଗଡ଼ : ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଏବେ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯାହାକି, ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଶହ ଶହ ଏକର ଘଞ୍ଚ ଜଙ୍ଗଲ ଜଳି ପାଉଁଶ ହୋଇ ଯାଉଥିବା ବେଳେ ବନ୍ୟଜନ୍ତୁଙ୍କ ବାସ ସ୍ଥାନ ଧ୍ବଂସ ହୋଇ ଚାଲିଛି । ଔଷଧୀୟ ବୃକ୍ଷ ନଷ୍ଟ ହେବାସହ ଶ୍ରୀହୀନ ହେବାକୁ ବସିଲାଣି ମହାନଦୀ ବନ୍ୟପ୍ରାଣୀ ଛାମୁଣ୍ଡିଆ ଅଧୀନରେ ଥିବା ଜଙ୍ଗଲ ।
ଜଙ୍ଗଲ ପୋଡିଗଲା ପରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ ତରଫରୁ ଗଣିଆ ବ୍ଲକ ଛାମୁଣ୍ଡିଆ ବନ୍ୟ ପ୍ରାଣୀ ବନାଞ୍ଚଳ ଆନୁକୂଲ୍ୟରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ପ୍ରତି ଗ୍ରାମରେ ଗଠନ କରାଯାଇଥିବା କମିଟିର ସଭ୍ୟ ମାନଙ୍କୁ ନେଇ ଏକ ସମ୍ମିଳନୀ ଛାମୁଣ୍ଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ହର୍ଷବର୍ଦ୍ଧନ ଉଦଗାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।