ନୟାଗଡ଼:ମ୍ୟୁନସିପାଲିଟିର ଜବରଦଖଲ ଉଚ୍ଛେଦ। ଲୋକଙ୍କୁ ଥଇଥାନ ନକରି ତରବରିଆ ଭାବେ ମ୍ୟୁନସିପାଲିଟିର ଏଭଳି ପଦକ୍ଷେପକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଆଜି (ବୁଧବାର) ପୁଣି ନୟାଗଡ଼ ଜିଲ୍ଲା ମ୍ୟୁନସିପାଲିଟି ପକ୍ଷରୁ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଦୀର୍ଘ 25 ବର୍ଷ ଧରି ନୟାଗଡ଼ ତ୍ରିନାଥ ଛକ ଠାରେ ତିନୋଟି ପରିବାର ସରକାରୀ ଜାଗା ଜବରଦଖଲ କରି ରଖିଥିଲେ। ତେଣୁ ଏନେଇ ନୟାଗଡ଼ ମ୍ୟୁନସିପାଲିଟି କର୍ତ୍ତୃପକ୍ଷ ଓ ନୟାଗଡ଼ ତହସିଲଦାରଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି ।