ଓଡିଶା

odisha

ETV Bharat / state

ରେଲୱେ ଡିଆରଏମଙ୍କୁ ସ୍ମାରକପତ୍ର ଦେଲା ନୟାଗଡ଼ କଂଗ୍ରେସ - ଜିଲ୍ଲା କଂଗ୍ରେସ ପକ୍ଷରୁ ଡିଆରଏମଙ୍କୁ ସ୍ମାରକପତ୍ର

Railway Connectivity in Dasapalla: ଦଶପଲ୍ଲାକୁ ରେଳ ଚଳାଇବା ପାଇଁ ରେଲୱେ ଡିଆରଏମଙ୍କୁ ସ୍ମାରକପତ୍ର । ୭ ଦିନ ଭିତରେ ରେଳ ଚଳାଚଳ କରାଯିବା ପାଇଁ ଅନୁରୋଧ । ଆଗକୁ ପଢ଼ନ୍ତୁ,

Etv Bharat
Etv Bharat

By ETV Bharat Odisha Team

Published : Dec 13, 2023, 9:04 AM IST

ରେଲୱେ ଡିଆରଏମଙ୍କୁ ସ୍ମାରକପତ୍ର ଦେଲା ନୟାଗଡ଼ କଂଗ୍ରେସ

ନୟାଗଡ଼:ଦଶପଲ୍ଲାକୁ ରେଳ ଚଳାଇବା ପାଇଁ ରେଲୱେ ଡିଆରଏମଙ୍କୁ ସ୍ମାରକପତ୍ର । ୭ ଦିନ ଭିତରେ ରେଳ ଚଳାଚଳ କରାଯିବା ପାଇଁ ଅନୁରୋଧ । ନହେଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଧମକ । ଗତ ରଥଯାତ୍ରାଠାରୁ ଦଶପଲ୍ଲାକୁ ଟ୍ରାଏଲ ରନ୍‌ କରାଯାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗଡ଼ି ପାରିଲାନି ଟ୍ରେନ୍‌ ।

ଗତ ରଥଯାତ୍ରାଠାରୁ ଦଶପଲ୍ଲାକୁ ଟ୍ରାଏଲ୍‌ ରନ୍‌ କରାଯାଇ ରେଳ ଚଳାଚଳ କରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଥିଲା । କିନ୍ତୁ ସମୟ ଗଡ଼ାଇ ଗଡ଼ାଇ ଦଶପଲ୍ଲା ଜନସାଧାରଣଙ୍କୁ ଭଣ୍ଡାଇ ଚାଲିଛନ୍ତି ସରକାର । ଏନେଇ ଦଶପଲ୍ଲା ନାଗରିକ କମିଟି, ନୟାଗଡ଼ ନାଗରିକ କମିଟି ପୃଥକପୃଥକ ଭାବେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତଥାପି ରେଳ ଗଡି ପାରିଲାନି । ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଇଛି । ଆଜି ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ୍‌ଏସ୍‌ ବାଜୱାଙ୍କୁ ସ୍ମାରକପତ୍ର ଦିଆଯାଇଛି । ଏବଂ ୭ ଦିନ ମଧ୍ୟରେ ଦଶପଲ୍ଲାକୁ ରେଳ ଚଳାଚଳ କରିବା ପାଇଁ ଅନୁରୋଧ ମଧ୍ୟ କରାଯାଇଛି । ଯଦି ୭ ଦିନ ମଧ୍ୟରେ ରେଳ ଚଳାଚଳ ନହୁଏ ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଧମକ ମଧ୍ୟ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଇଟି ରେଡ; ଚକା ଆଖି ସବୁ ଦେଖୁଛି ! ବିଜେଡିକୁ କଟାକ୍ଷ କଲା କଂଗ୍ରେସ

ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦ କରିଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି l ଆଉ ନିଜ ମନ୍ତବ୍ୟରେ ସେ କହିଛନ୍ତି , ’’ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ କାର୍ଯ୍ୟକର୍ତାମାନେ ମହୀପୁର ଏବଂ କୋରଡ଼ା ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିବେ । ତା’ ସହ ପ୍ରଧାନମନ୍ତ୍ରୀ ମୋଦି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବ ।’’ ଏଥିପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ମଧ୍ୟ କଂଗ୍ରେସ ଦାୟୀ କରିଛି l କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ଦଳିତ ନେତା ଅମୀରଚାନ୍ଦ ନାୟକ, ଏଆଇସିସି ସଭ୍ୟ ବିସ୍ମୟ ମହାପାତ୍ର, ବରିଷ୍ଠ ନେତା ସରୋଜ ପରିଡା, ସୁକାନ୍ତ ଶତପଥୀ, କାଶୀନାଥ ନାୟକ, ଲଡ଼ୁକିଶୋର ଷଡ଼ଙ୍ଗୀ, ବୁଲୁ ପରିଡ଼ା, ଅଶୋକ ନାୟକ, ଅଶୋକ ଚୌଧୁରୀ, ଶ୍ରୀକାନ୍ତ ଗୁରୁ, ପ୍ରହଲ୍ଲାଦ ବେହେରା ପ୍ରମୁଖ ଦାବୀପତ୍ର ପ୍ରଦାନ କରିଛନ୍ତି l

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details