ଓଡିଶା

odisha

By

Published : Nov 7, 2019, 7:26 PM IST

ETV Bharat / state

ଦହିବରା ଖାଇ 50ରୁ ଊର୍ଦ୍ଧ୍ବ ଅସୁସ୍ଥ

ଦହିବରା ଖାଇ ନୟାଗଡ଼ ବେଲପଡା ଗାଁର 50ରୁ ଊର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତେ ଅସୁସ୍ଥଙ୍କୁ ଗଣିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଲୋକଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଲା ତାହା ସ୍ପଷ୍ଟ ହୋଇନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ଼: ଗଣିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ବେଲପଡା ଗାଁର 50ରୁ ଊର୍ଦ୍ଧ୍ବ ଲୋକ ଭର୍ତ୍ତି । ଏହି ସମସ୍ତ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଦହିବରା ଖାଇବାରୁ ବିଗିଡିଛି ନା ଏହା ପଛରେ ଆଉ କୌଣସି କାରଣ ରହିଛି ତାହା ଜଣାପଡିନାହିଁ।

ସୂଚନା ଅନୁଯାୟୀ, ସବୁଦିନ ଭଳି ଗୁରୁବାର ମଧ୍ୟ ଗାଁ ଲୋକେ ବୁଲା ବିକାଳୀଙ୍କ ଠାରୁ ଦହିବରା କିଣି ଖାଇଥିଲେ । ଦହିବରା ଖାଇବାର କିଛି ସମୟ ପରେ ସମସ୍ତେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ସମସ୍ତ ଅସୁସ୍ଥଙ୍କୁ ଗଣିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଭି଼ଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସେପଟେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତର ଦଳଙ୍କୁ ନିୟୋଜନ କରାଯାଇଛି । ଏଭଳି ଘଟଣା ଗଣିଆ ଅଞ୍ଚଳରେ ପ୍ରଥମ ଥର ଘଟିଥିବା ବେଳେ ଲୋକେ ଦହିବରାକୁ ଦୋଷ ଦେଉଛନ୍ତି । ତେବେ ବାହାର ଏବଂ ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ନ ଖାଇବାକୁ ପ୍ରଶାସନ ପକ୍ଷରୁ ଲେକଙ୍କୁ ପରାମର୍ଶ ଦିଆଯାଇଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details