ଓଡିଶା

odisha

ETV Bharat / state

ସାର ନେବାକୁ ଯାଇ କୋଭିଡ କଟକଣା ଭୁଲିଗଲେ ଶତାଧିକ ଚାଷୀ - Covid Act

ମାସ୍କ ନପିନ୍ଧି ସାମାଜିକ ଦୂରତାର ପାଳନ ନକରି ସାର ପାଇଁ ଚାଷୀ ମାନେ ଲମ୍ବା ଧାଡି ଲଗେଇଥିବା ଦେଖିବାକୁ ମିଳିଛି । ଯାହା ଦ୍ବାରା କୋଭିଡ ଅତ୍ୟଧିକ ବ୍ୟାପିବାର ଆଶଙ୍କା ରହିଛି । ଅଧିକ ପଢନ୍ତୁ...

ସାର ନେବାକୁ ଯାଇ କୋଭିଡ କଟକଣା ଫୁ କଲେ ଶତାଧିକ ଚାଷୀ
ସାର ନେବାକୁ ଯାଇ କୋଭିଡ କଟକଣା ଫୁ କଲେ ଶତାଧିକ ଚାଷୀ

By

Published : Sep 30, 2020, 4:10 PM IST

ନୟାଗଡ: ନୟାଗଡ ଜିଲ୍ଲା ରଣପୁର ସାର ବିକ୍ରୟ କେନ୍ଦ୍ରରେ କୋରୋନା ନିୟମକୁ ଫୁ କଲେ ଶତାଧିକ ଚାଷୀ । ରାତି ୩ଟା ରୁ ଚାଷୀମାନେ ଗୋଦାମ ଆଗରେ ଲମ୍ୱା ଧାଡ଼ି କରି ଠିଆ ହୋଇଛନ୍ତି ଚାଷୀ । ମୁଁହରେ ମାସ୍କ ନାହିଁ କି ସାମାଜିକ ଦୂରତା ବି ନାହିଁ । ଚାଷୀଙ୍କୁ କୋରୋନା ମହାମାରୀକୁ ଡର ବି ନାହିଁ । ତେବେ ସାର ବିକ୍ରୟ କେନ୍ଦ୍ରର କର୍ତ୍ତୃପକ୍ଷ କିଭଳି ଏ ଦିଗକୁ ଦୃଷ୍ଟି ଦେଲେ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

ସାର ନେବାକୁ ଯାଇ କୋଭିଡ କଟକଣା ଫୁ କଲେ ଶତାଧିକ ଚାଷୀ

ଏତେ ସଂଖ୍ୟାରେ ଚାଷୀ ଏକଜୁଟ ହେବା କୋରୋନା ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ଶତାଧିକ ଚାଷୀ ଧାଡ଼ିବାନ୍ଧି ସାର ନେବାକୁ ଲମ୍ବା ଲାଇନ କରି ଠିଆ ହୋଇଛନ୍ତି । ପୁଣି ସାମାଜିକ ଦୂରତାର କୌଣସି ପାଳନ ନାହିଁ । ମାତ୍ର ଏହା ଉପରେ କୃଷି ବିଭାଗର ନିୟନ୍ତ୍ରଣ ଦେଖିବାକୁ ମିଳୁନି। ସାର ଅଭାବ କଥା କହିଲେ କେହି ଶୁଣୁ ନଥିବା କହିଛନ୍ତି ଚାଷୀ। ଆବଶ୍ୟକ ପରିମାଣର ସାର ମିଳୁନି ଚାଷୀଙ୍କୁ । କୃଷି ମନ୍ତ୍ରୀଙ୍କ ନିଜ ଜିଲ୍ଲାର ଏପରି ଅବସ୍ଥା । ଚାଷ ପାଇଁ ସାରର ନିତାନ୍ତ ଆବଶ୍ୟକ ଥିବାରୁ କୋରୋନା ଡର ମନରେ ଥିଲେ ବି ତାହାକୁ ଭୃକ୍ଷେପ କରୁନାହାନ୍ତି ଚାଷୀ । ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details