ଓଡିଶା

odisha

By

Published : Sep 28, 2021, 8:26 PM IST

ETV Bharat / state

କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ସାର ଅଭାବ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

କୃଷିମନ୍ତ୍ରୀଙ୍କ ଜିଲ୍ଲା ନୟାଗଡ଼ରେ ସାର ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ ଶତାଧିକ ଚାଷୀ । ଅଧିକ ପଢ଼ନ୍ତୁ...

କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ସାର ଅଭାବ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ସାର ଅଭାବ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ନୟାଗଡ଼:କୃଷିମନ୍ତ୍ରୀଙ୍କ ଜିଲ୍ଲା ନୟାଗଡ଼ରେ ସାର ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ ଶତାଧିକ ଚାଷୀ । ନୟାଗଡ଼ ଜିଲ୍ଲା ସୋଲପଟା ରଘୁନାଥପୁର ସେବା ସମବାୟ ସମିତିରେ ଚାଷୀଙ୍କୁ ଚାଷକାମ ପାଇଁ ସାର ମିଳିନାହିଁ ।

କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ସାର ଅଭାବ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଚାଷୀମାନେ ଆଜି (ମଙ୍ଗଳବାର) ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏହାପୂର୍ବରୁ ନୟାଗଡ଼ ଷୋଲପଟାର ଶତାଧିକ ଚାଷୀ ଏକଜୁଟ ହୋଇ PWD ବଙ୍ଗଳାରୁ ଶୋଭାଯାତ୍ରା କରିଥିଲେ । ଏହାପରେ ନୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଛନ୍ତି l

ତୁରନ୍ତ ଚାଷୀଙ୍କୁ ସାର ପ୍ରଦାନ ନକଲେ ପୁନର୍ବାର ଆନ୍ଦୋଳନ କରିବେ ବୋଲି ଚାଷୀମାନେ କହିଛନ୍ତି । ତେବେ ଜିଲ୍ଲାପାଳ ନଥିବାରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଧାରଣାରତ ଚାଷୀ । ଦାବିପତ୍ର ପ୍ରଦାନ କରିବା ପରେ ଚାଷୀମାନେ ଧାରଣାରୁ ଓହରି ପଡ଼ିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details