ନୟାଗଡ: ରାଜ୍ୟରେ ସୁଧୁରିବାର ନାଁ ନେଉନାହିଁ ଚାଷୀଙ୍କ ସମସ୍ୟା । ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଧାନ କିଣାକୁ ନେଇ ଲାଗି ରହିଛି ସମସ୍ୟା । ନୟାଗଡ ଜିଲ୍ଲା ପଞ୍ଚିରିଡା -ମାନପୁର ସେବା ସମବାୟ ସମିତିରେ ଧାନ କିଣାରେ ଅବବ୍ୟସ୍ଥା ନେଇ ସମିତି ଆଗରେ 10ହଜାର କ୍ବିଣ୍ଟାଲ ଧାନ ରଖି ଧାରଣା ଦେଇଛନ୍ତି ଶତାଧିକ ଚାଷୀ ।
ମଣ୍ଡିରେ ଧାନ ବିକ୍ରି କରିବାରୁ 15ଦିନ ହେବ ମିଲରଙ୍କୁ ଅପେକ୍ଷା କରିଛି ଚାଷୀ, ହେଲେ ମିଲରର ଦେଖା ନାହିଁ । ଚାଷୀମାନଙ୍କ ମୋବାଇଲକୁ ଧାନବିକ୍ରି ନେଇ ମେସେଜ ଆସିବା ପରେ ମଧ୍ୟ ଧାନ କିଣିବାକୁ କେହି ଆସୁ ନଥିବା ଅଭିଯୋଗ ହୋଇଛି । ସୋସାଇଟିରେ ୧୮ହଜାର କୁଇଣ୍ଟାଲ ଧାନକିଣିବା ପାଇଁ ରଘୁନାଥ ରାଇସ ମିଲ ରଙ୍ଗଣୀ ପାଟଣା ଏବଂ ନନ୍ଦିଘର ଜଗନ୍ନାଥ ରାଇସ ମିଲକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା l ମାତ୍ର ପ୍ରଥମ ପାଳିରେ ମିଲର- ସୋସାଇଟି ସମ୍ପାଦକ ଚଞ୍ଚକତା କରି ମିଳିମିଶି କିଛି ପଞ୍ଜିକୃତ ଚାଷୀଙ୍କ ନାମରେ ଟୋକାନ କରାଇ ପ୍ରକୃତ ବ୍ୟବସାୟୀମାନଙ୍କ ଠାରୁ ପ୍ରାୟ 6000 କ୍ବିଣ୍ଟାଲ ଧାନ କିଣି ଥିବାରୁ ଏବେ ପ୍ରକୃତ ଚାଷୀମାନଙ୍କ ଧାନ କିଣାଯାଇ ପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।