ଓଡିଶା

odisha

ETV Bharat / state

ଧାନ କିଣୁନି ମିଲର, ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ - ନୟାଗଡ଼ରେ ମିଲର ଧାନ କିଣୁନଥିବା ଅଭିଯୋଗ

ନୟାଗଡ଼ରେ ଚାଷୀଙ୍କ ଧାନ ମିଲର କିଣୁନଥିବାରୁ ରାସ୍ତାରୋକ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

ଚାଷୀଙ୍କ ଧାନ କିଣୁନି ମିଲର, ପ୍ରତିବାଦରେ ରାସ୍ତାରୋକ
ଚାଷୀଙ୍କ ଧାନ କିଣୁନି ମିଲର, ପ୍ରତିବାଦରେ ରାସ୍ତାରୋକ

By

Published : Jan 25, 2022, 6:38 PM IST

ନୟାଗଡ଼:ମଣ୍ଡି ପାଇଁ ରାସ୍ତାରୋକ । ନୟାଗଡ଼ ଜିଲ୍ଲା ସିନ୍ଦୁରିଆ ସମବାୟ ସମିତିରେ ମଣ୍ଡିରୁ ଚାଷୀଙ୍କ ଧାନ ନ କିଣିବାରୁ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଉତ୍ତ୍ୟକ୍ତ ଚାଷୀ । ମିଲର ଧାନ କିଣୁନଥିବା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପରେ ସୁଫଳ ନ ମିଳିବାରୁ ଚାଷୀମାନେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି ।

ଧାନ କିଣୁନି ମିଲର, ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ

ମିଲରମାନେ ଧାନ କୁଇଣ୍ଟାଲ ପିଛା 6ରୁ 8କେଜି ଧାନ କାଟୁଥିଲେ ସୁଦ୍ଧା ଚାଷୀଙ୍କ ଧାନ କିଣାଯାଉନଥିବାବେଳେ ଜିଲ୍ଲାପାଳଙ୍କୁ ଏ ନେଇ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ମିଳୁନଥିବାରୁ ଏହା ପ୍ରତିବାଦରେ ଦୀର୍ଘ ସମୟ ଧରି ଚାଷୀମାନେ ନୟାଗଡ଼ ଖଣ୍ଡପଡା ରୋଡ଼ ଛକଠାରେ ରାସ୍ତା ଅବରୋଧ କରି ବସିଥିଲେ । ତେବେ ନୟାଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଚାଷୀମାନଙ୍କ ଧାରଣା ଓ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details