ନୟାଗଡ଼:ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଚର୍ଚ୍ଚିତ ଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଏବେ ଜିଲ୍ଲା ପରିଷଦ ଆସନ ପାଇଁ ଲଢ଼ିବେ । ଏଥିଲାଗି ସେ ନୟାଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ତରଫରୁ ଟିକେଟ୍ ପାଇ ସେ ନୟାଗଡ଼ ନିର୍ବାଚନ ମଣ୍ଡଳୀ 15 ନଂ ଜୋନରୁ ପ୍ରାର୍ଥୀ ହୋଇଛନ୍ତି ।
ସୌମ୍ୟଙ୍କ ଘର 12 ନଂ ଜୋନ ଅଧୀନ ହୋଇଥିବା ବେଳେ ସେ 15 ନଂ ଜୋନ ପାଇଁ ଲଢ଼ିବେ । 12 ନଂ ଜୋନ ପାଇଁ ବିଜେପି ତରଫରୁ ଟିକେଟ ପାଇଥିବା ସନ୍ତୋଷ ପ୍ରଧାନଙ୍କ ସହ ବୁଝାମଣା ଭିତ୍ତିରେ ସେ 15 ନଂ ଜୋନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେପି ନେତ୍ରୀ ଇରାନୀ ରାୟ ଏବଂ ବିଜେପି ସମର୍ଥକ ମାନେ ଉପସ୍ଥିତ ଥିଲେ ।