ଓଡିଶା

odisha

ETV Bharat / state

ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା - ନୟାଗଡ଼ ଖବର

ନୟାଗଡ଼ର ଦଶପଲ୍ଲା ଅଞ୍ଚଳରେ ପ୍ରତିବର୍ଷ ହେଉଥିବା ଲଙ୍କାପୋଡ଼ି ଯାତ୍ରାକୁ ରାଜ୍ୟ ସ୍ତରୀୟ ମାନ୍ୟତା ଦେବାକୁ ବିଧାନସଭାରେ ଦାବି ଉଠାଇଲେ ବିଧାୟକ ରମେଶ ବେହେରା । ପର୍ଯ୍ୟଟନ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନକୁ ଗ୍ରହଣ କରିବା ସହ ଏନେଇ ବିଚାର କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା । ଅଧିକ ପଢ଼ନ୍ତୁ

ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରାକୁ ମିଳିବ ରାଜ୍ୟ ସ୍ତରୀୟ ମହୋତ୍ସବ ମାନ୍ୟତା
ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରାକୁ ମିଳିବ ରାଜ୍ୟ ସ୍ତରୀୟ ମହୋତ୍ସବ ମାନ୍ୟତା

By

Published : Jul 6, 2022, 11:01 AM IST

ନୟାଗଡ଼: ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାକୁ ରାଜ୍ୟ ସ୍ତରୀୟ ମହୋତ୍ସବର ମାନ୍ୟତା ଦେବାକୁ ବିଧାନସଭାରେ ଉଠିଲା ଦାବି । ବିଧାୟକ ରମେଶ ବେହେରା ଏହି ଯାତ୍ରାକୁ ରାଜ୍ୟ ସ୍ତରୀୟ କରିବା ପାଇଁ ବିଧାନସଭାରେ ଦାବି କରିଛନ୍ତି ।

ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରାକୁ ମିଳିବ ରାଜ୍ୟ ସ୍ତରୀୟ ମହୋତ୍ସବ ମାନ୍ୟତା

ଦଶପଲ୍ଲା ତଥା କୁଞ୍ଜବନଗଡ଼ଠାରେ ପ୍ରାୟ ୨୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଖୋଲା ରଙ୍ଗମଞ୍ଚରେ ରାମାୟଣ ଓ ପ୍ରସିଦ୍ଧ ଲଙ୍କପୋଡି ଯାତ୍ରା ଅନୁଷ୍ଠିତ ହେଉଅଛି । ସାରା ଭାରତରେ ଏହା ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇନଥିବା ଅଭିଯୋଗ ହୋଇଛି । ତେବେ ବିଧାନସଭାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନକୁ ଗ୍ରହଣ କରିବା ସହ ଏନେଇ ବିଚାର କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । ଦଶପଲ୍ଲାରେ ବୁଦ୍ଧିଜୀବୀ ମାନେ ବିଧାୟକଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details