ଓଡିଶା

odisha

ETV Bharat / state

ଦଶପଲ୍ଲାର ବିଶ୍ୱ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା, ଆଜି ବଧ ହେବ ରାବଣ - ଦଶପଲ୍ଲାର ବିଶ୍ୱ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା

ଆଜି (ମଙ୍ଗଳବାର) ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା । ଏ ନେଇ ଚଳଚଞ୍ଚଳ ହୋଇଛି ନୟାଗଡ ଜିଲ୍ଲା ଦଶପଲ୍ଲା ସହର । ଅଧିକ ପଢନ୍ତୁ

ଦଶପଲ୍ଲାର ବିଶ୍ୱ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା
ଦଶପଲ୍ଲାର ବିଶ୍ୱ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା

By

Published : Apr 19, 2022, 12:51 PM IST

ନୟାଗଡ:ଆଜି (ମଙ୍ଗଳବାର) ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା । ଏ ନେଇ ଚଳ ଚଞ୍ଚଳ ହୋଇଛି ନୟାଗଡ ଜିଲ୍ଲା ଦଶପଲ୍ଲା ସହର । ବିଭିନ୍ନ କଳାକାରଙ୍କ ପ୍ରଦର୍ଶନୀରେ ମୁକ୍ତାକାଶ ମଞ୍ଚ ଉଠୁଛି ପଡୁଛି । ରାବଣ ବଧ ହେବାକୁ ଆରମ୍ଭ ହୋଇଯାଇଛି ରୀତିନୀତି । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ ହୋଇଛି ।

ଆଜି ବିଶ୍ୱ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା

ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ପାଇଁ ଉତ୍ସଵମୁଖର ନୟାଗଡ଼ ଜିଲ୍ଲା । ଏହି ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ରାବଣ ବଧ । ଏହାକୁ ଦେଖିବାକୁ ଜିଲ୍ଲା ବାହାରୁ ଲୋକେ ଆସିଥାନ୍ତି । ଆଜି ଲୋକାରଣ୍ୟ ପାଲଟିବ ଦଶପଲ୍ଲା । ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ 2 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

୩୫ଫୁଟ ଉଚ୍ଚ ବିଶିଷ୍ଟ କାଠ ନିର୍ମିତ ରାବଣ ମୂର୍ତ୍ତୀ ଏବଂ ୧୫ଫୁଟ ଉଚ୍ଚର ଘୁର୍ଣ୍ଣୟ ପୁଷ୍ପକ ବିମାନ ଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଛି । ୧୮୦୨ ମସିହାରୁ ଚାଲି ଆସୁଥିବା ଏହି ମୁକ୍ତ ଆକାଶ ଐତିହାସିକ ଲଙ୍କାପୋଡି ଯାତ୍ରା ଚଳିତ ବର୍ଷ ପ୍ରଥା ଅନୁଯାୟୀ ରାମ ନବମୀ ଠାରୁ ଆରମ୍ଭ ହୋଇଛି ।

କୋରୋନା ମହାମାରୀର ପ୍ରକୋପ ଯୋଗୁଁ ଗତ ୨ ବର୍ଷ ଧରି ଦଶପଲ୍ଲାର ଏହି ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ବନ୍ଦ ରହିଥିଲା । ଏବେ ସବୁକିଛି ଟ୍ରାକକୁ ଫେରିବା ପରେ ଯାନିଯାତରା ହୋଇଛି । ଦୀର୍ଘ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ସ୍ଥାନୀୟ ବାସିନ୍ଦା ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ରାମ ନବମୀ ଠାରୁ ଆରମ୍ଭ ହୋଇଛି ଏହି ଯାତ୍ରା । 26ତାରିଖ ଯାଏଁ ଦଶପଲ୍ଲାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details