ଓଡିଶା

odisha

By

Published : Jan 13, 2022, 12:53 PM IST

ETV Bharat / state

ଗିରଫ ହେଲା ନକଲି ପୋଲିସ, ଚାକିରି ଲୋଭ ଦେଖାଇ ଲୁଟୁଥିଲା ଟଙ୍କା

ଗିରଫ ହେଲେ ନକଲି ପୋଲିସ ଅଧିକାରୀ (Fake police) l ନିଜକୁ ପୋଲିସର ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ରଣପୁର ପୋଲିସ(ranapur police) l ଅଧିକ ପଢନ୍ତୁ

ଗିରଫ ହେଲା ନକଲି ପୋଲିସ, ଚାକିରୀ ଲୋଭ ଦେଖାଇ ଲୁଟୁଥିଲା ଟଙ୍କା
ଗିରଫ ହେଲା ନକଲି ପୋଲିସ, ଚାକିରୀ ଲୋଭ ଦେଖାଇ ଲୁଟୁଥିଲା ଟଙ୍କା

ନୟାଗଡ଼: ଗିରଫ ହେଲେ ନକଲି ପୋଲିସ ଅଧିକାରୀ(Fake police) l ନିଜକୁ ପୋଲିସର ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ରଣପୁର ପୋଲିସ(ranapur police) l ତାଠାରୁ ଦୁଇଲକ୍ଷ ନଗଦ ଟଙ୍କା ସହ ଏକ ଦାମିକାର ମଧ୍ୟ ପୋଲିସ ଜବତ କରିଛି l ରଣପୁର ଥାନା ଅନ୍ତର୍ଗତ ହଂସରା ଗ୍ରାମର ରାଜୀବ ପ୍ରଧାନଙ୍କୁ RI ଚାକିରି କରାଇ ଦେବା ନାଁରେ(showing job temptation) ଅଭିଯୁକ୍ତ ଭଦ୍ରକର ମାନସ ସେନାପତି ଲକ୍ଷେ କୋଡିଏ ହଜାର ଟଙ୍କା ନେଇଥିଲା ।

ଗିରଫ ହେଲା ନକଲି ପୋଲିସ, ଚାକିରୀ ଲୋଭ ଦେଖାଇ ଲୁଟୁଥିଲା ଟଙ୍କା

କିନ୍ତୁ କିଛି ଦିନ ପରେ ଅଭିଯୁକ୍ତର କାର୍ଯ୍ୟକଳାପରେ ସନ୍ଦେହ ସୃଷ୍ଟି ହେବାରୁ ରାଜୀବ ପ୍ରଧାନ ରଣପୁର ଥାନାରେ ଏକ ଅଭିଯୋଗ କରିଥିଲେ l ଏହାପରେ ରଣପୁର ଥାନା ଏସଆଇ ପ୍ରୀତିପ୍ରକାଶ ମହାନ୍ତି ଓ ବିନାୟକ ପରିଡାଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି l ନିଜକୁ ପୋଲିସ ଅଫିସର କହି ବେକାରୀ ଯୁବକ ଓ ଯୁବତୀମାନଙ୍କୁ ଠକୁଥିଲା ବୋଲି ପୋଲିସ ସୂଚନା ଦେଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details