ଓଡିଶା

odisha

ETV Bharat / state

ଗିରଫ ହେଲା ନକଲି ଅଧିକାରୀ, ଯୁବପିଢ଼ିକୁ ସଚେତନ ହେବାକୁ ପୋଲିସର ପରାମର୍ଶ

ନୟାଗଡ଼ ଜିଲ୍ଲା ରଣପୁର ଓ ଟାଙ୍ଗୀ ଅଞ୍ଚଳରେ ନିଜକୁ ଗୃହ ସଚିବ କହି ଲୋକଙ୍କୁ ଠକୁଥିବା କାହ୍ନୁକୁ ଗିରଫ କଲା ପୋଲିସ । ଏପରି ଠକାମିରୁ ସତର୍କ ରହିବାକୁ ଯୁବପିଢି ପୋଲିସର ପରାମର୍ଶ । ପଢନ୍ତୁ ଅଧିକ...

ଗିରଫ ହେଲା ନକଲି ଅଧିକାରୀ , ଯୁବ ପିଢ଼ିକୁ ସଚେତନ ହେବାକୁ ପୋଲିସର ପରାମର୍ଶ
ଗିରଫ ହେଲା ନକଲି ଅଧିକାରୀ , ଯୁବ ପିଢ଼ିକୁ ସଚେତନ ହେବାକୁ ପୋଲିସର ପରାମର୍ଶ

By

Published : Nov 17, 2020, 10:13 PM IST

ନୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ଓ ଟାଙ୍ଗୀ ଅଞ୍ଚଳରେ ନିଜକୁ ଗୃହ ସଚିବ କହି ଲୋକଙ୍କୁ ଚୂନ ମାରି ଲକ୍ଷାଧିକ ଟଙ୍କା ଠକି ନେଉଥିବା ଅଭିଯୋଗରେ ବହୁ ଚର୍ଚ୍ଚିତ କାହ୍ନୁ ପ୍ରଧାନ ଚାନ୍ଦପୁର ପୋଲିସ ହାତରେ ଗିରଫ ହୋଇଛି l ବହୁ ଯୁବକଯୁବତୀଙ୍କୁ ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ଠକେଇ କରୁଥିବାର ସାଙ୍ଘାତିକ ଅଭିଯୋଗ ହେବା ପରେ ବନ୍ଧା ହୋଇଛି କାହ୍ନୁ l

ନିଜ ପଦବୀରେ ସବୁବେଳେ" ଅତିରିକ୍ତ " ଲଗାଇ ନିଜକୁ ବଞ୍ଚାଇବାରେ ସଫଳ ଦେଉଥିଲା ସେ l ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଚଂଳର କାହ୍ନୁ ପ୍ରଧାନ ଓରଫ କାହ୍ନୁ ଦୀର୍ଘ ଦିନ ଧରି ଲୋକଙ୍କୁ ନିଜକୁ ଗୃହ ସଚିବ, ଏସ୍‌.ସି, ଏସ୍‌.ଟି କମିସନର, ବି.ଏମ.ସି କମିଶନର ଓ ଭାରତୀୟ ଜାତୀୟ ରାଜପଥର "ଅତିରିକ୍ତ " ଅଧିକାରୀର ପରିଚୟ ଦେଇ ବହୁ ଗରିବ ନିରୀହ ଯୁବକଙ୍କୁ ଚାକିରୀ କରାଇଦେବ କହି ଠକୁଥିଲା l

ଗିରଫ ହେଲା ନକଲି ଅଧିକାରୀ , ଯୁବ ପିଢ଼ିକୁ ସଚେତନ ହେବାକୁ ପୋଲିସର ପରାମର୍ଶ

ତହସିଲ, ବ୍ଲକ, ଏନ.ଏ.ସି, ପଞ୍ଚାୟତ ଆଦି କାର୍ଯ୍ୟାଳୟରେ ଚାକିରୀ କରାଇଦେବା ଲୋଭ ଦେଖାଇ ଅନେକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲା । ଏ ନେଇ କାହ୍ନୁ ନାମରେ ଚାନ୍ଦପୁର ଥାନାରେ ଏକାଧିକ ମାମଲା ରୁଜୁ ହେବା ପରେ କଟକରୁ କାହ୍ନୁକୁ ଗିରଫ କରିଥିଲା ପୋଲିସ l ଏମିତି କରି ସେ ପ୍ରାୟ 5 କୋଟି ଟଙ୍କା ଆଦାୟ କରିଥିବା ପୋଲିସ ସୂଚନା ଦେଇଛି । ଚାକିରୀ ଦେବା କଥା କହି ଟଙ୍କା ମାଗୁଥିବା ଏମିତି ବ୍ୟକ୍ତିଙ୍କ ପରିଚୟ ପତ୍ର ସଠିକ ଭାବେ ଯାଞ୍ଚ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ଯୁବପିଢ଼ିଙ୍କୁ କହିଛନ୍ତି ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details