ନୟାଗଡ଼:ଜିଲ୍ଲାରେ ଜାଲ ନୋଟ କାରଖାନା ଠାବ । 1,25000 ନକଲି ନୋଟ ଜବତ । ଥାନାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ବାଇକ କିଣିବା ସମୟରେ ପଇସା ଦେବାରୁ ଧରାପଡିଥିଲା ଜାଲ ନୋଟ ।
ସୂଚନା ଅନୁସାରେ, ସହରର ଏକ ଗାଡି ସୋରୁମକୁ ଦୁଇଜଣ ବ୍ୟକ୍ତି ବାଇକ କିଣିବା ପାଇଁ ଆସିଥିଲେ । ଏହା ବାବଦକୁ ସେଲସ ମ୍ୟାନଙ୍କୁ ବାଇକ କିଣିବା ପାଇଁ ଏକ ଲକ୍ଷେ ତିରିଶି ହଜାର ଟଙ୍କା ଦେଇଥିଲେ l ସେଥିମଧ୍ୟରୁ ଏକ ଲକ୍ଷ ପଚିଶି ହଜାର ଟଙ୍କା ଜାଲ ନୋଟ ଥିବା ସୋରୋମ କର୍ମଚାରୀ ଜାଣିବାକୁ ପାଇଥିଲେ । ଏନେଇ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ l