ଓଡିଶା

odisha

ETV Bharat / state

ନୟାଗଡ଼ରେ ବନ୍ଧାହେଲେ ନକଲି ଡାକ୍ତର - fake doctor in Nayagarh

ନୟାଗଡ ସହରର ଛାୟାପଥ ଲେନରେ ଏକ ନକଲି କ୍ଲିନିକ କରି ରୋଗୀ ଦେଖୁଥିବା ଡାକ୍ତର ଗିରଫ । କ୍ଲିନିକ ସିଲ । ଅଧିକ ପଢନ୍ତୁ...

ନୟାଗଡ଼ରେ ବନ୍ଧାହେଲେ ନକଲି ଡାକ୍ତର
ନୟାଗଡ଼ରେ ବନ୍ଧାହେଲେ ନକଲି ଡାକ୍ତର

By

Published : Sep 4, 2021, 9:03 PM IST

ନୟାଗଡ଼: ସହରର ଛାୟାପଥ ଲେନରେ ଥିବା ଏକ କ୍ଲିନିକ କରି ରୋଗୀସେବା କରୁଥିବା ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଏନେଇ ଅଭିଯୋଗ ହେବା ପରେ CDMOଙ୍କ ନିର୍ଦ୍ଦେଶରେ ଏକ ଡାକ୍ତରୀ ଟିମ ଯାଇ ଉକ୍ତ କ୍ଲିନିକରେ କାଗଜପତ୍ର ଯାଞ୍ଚ କରିବାବେଳେ ତାହା ନକଲି ବୋଲି ଜଣାପଡିଥିଲା । ପରେ ନକଲି ଡାକ୍ତରଙ୍କୁ ପୋଲିସ ହେପାଜତରେ ଦେଇଛି ଯାଞ୍ଚରେ ଆସିଥିବା ଡାକ୍ତରୀ ଦଳ । ଗିରଫ ଡାକ୍ତର ଜଣଙ୍କ ଓଡଗାଁ ନନ୍ଦିଘୋର ଗ୍ରାମର ବିଶ୍ୱନାଥ ଘଡେଇ ବୋଲି ପୋଲିସ ସୂଚନା ଦେଇଛି ।

ନୟାଗଡ଼ରେ ବନ୍ଧାହେଲେ ନକଲି ଡାକ୍ତରନୟାଗଡ଼ରେ ବନ୍ଧାହେଲେ ନକଲି ଡାକ୍ତର

ମିଳିଥିବା ସୂଚନା ଅନୁସାରେ, କଲ୍ୟାଣି ହସ୍ପିଟାଲ ନାମରେ ଏକ ବେଆଇନ ହସ୍ପିଟାଲ ଗଢି ଦୀର୍ଘ ଦିନ ଧରି ନକଲି ଡାକ୍ତର ସାଜି ରୋଗୀ ସେବା କରୁଥିଲେ ବିଶ୍ବନାଥ । ତେବେ ଏ ନେଇ ଅଭିଯୋଗ ହେବା ପରେ ନୟାଗଡ଼ CDMOଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପାଇ ଡାକ୍ତର ସନ୍ତୋଷ ନାୟକଙ୍କ ନେତୃତ୍ବରେ ଏକ ଟିମ ଉକ୍ତ କ୍ଲିନିକରେ ଚଢାଉ କରିଥିଲା । ଏହି ଚଢାଉରେ କ୍ଲିନିକର କାଗଜପତ୍ର ଓ ପଞ୍ଜୀକରଣ ପ୍ରମାଣପତ୍ର ନକଲି ଥିବା ଜାଣିବାକୁ ପାଇବା ସହ କ୍ଲିନିକକୁ ସିଲ କରାଯାଇଛି । ପରେ ନୟାଗଡ଼ ଟାଉନ ଥାନା ପୋଲିସ ନକଲି ଡାକ୍ତରଙ୍କୁ ଗିରଫ କରିବା ସହ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ସୂଚନା ରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details