ଓଡିଶା

odisha

ETV Bharat / state

ନିଜ ଖର୍ଚ୍ଚରେ ଚକ୍ଷୁ ଶିବିର ଆୟୋଜନ କଲେ ଯୁବ ସମାଜସେବୀ, ଉପକୃତ 70 ମୋତିଆବିନ୍ଦୁ ରୋଗୀ - ଉପକୃତ ହେଲେ ବୃଦ୍ଧବୃଦ୍ଧା

ନିଜ ପକେଟ ଖର୍ଚ୍ଚରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରି 70 ଜଣ ମୋତିଆ ବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର କରାଇଲେ ନୟାଗଡ଼ ଯୁବ ସମାଜସେବୀ ସଂଗଠନ । ଅଧିକ ପଢନ୍ତୁ...

ଯୁବବର୍ଗଙ୍କ ଦ୍ବାରା ଚକ୍ଷୁ ଶିବିର, ଉପକୃତ ହେଲେ ବୃଦ୍ଧବୃଦ୍ଧା
ଯୁବବର୍ଗଙ୍କ ଦ୍ବାରା ଚକ୍ଷୁ ଶିବିର, ଉପକୃତ ହେଲେ ବୃଦ୍ଧବୃଦ୍ଧା

By

Published : Feb 7, 2021, 10:50 AM IST

ନୟାଗଡ଼: ନିଜ ପକେଟ ଖର୍ଚ୍ଚରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରି 70 ଜଣ ମୋତିଆ ବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର କରାଇଲେ ଯୁବ ସମାଜସେବୀ ସଂଗଠନ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଅଗ୍ରଣୀ ସମାଜସେବୀ ସଂଗଠନ ପ୍ରିନ୍ସ ଫାଉଣ୍ଡେସନ, ରାଜ ସୁନାଖଳା ମହୋତ୍ସବ କମିଟି ଏବଂ ଚଣ୍ଡିଖୋଲର ସାଇ ନେତ୍ର ମନ୍ଦିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଏହି ଶିବିର । ଏଠାରେ 500 ରୋଗୀଙ୍କ ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ 70 ଜଣ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ ହୋଇଥିଲେ ।

ଯୁବବର୍ଗଙ୍କ ଦ୍ବାରା ଚକ୍ଷୁ ଶିବିର, ଉପକୃତ ହେଲେ ବୃଦ୍ଧବୃଦ୍ଧା

ତେବେ ସେମାନଙ୍କୁ ସାଇ ନେତ୍ର ମନ୍ଦିର ହସ୍ପିଟାଲକୁ ପଠାଇ ଅସ୍ତ୍ରୋପଚାର କରାଇଥିଲେ ଏହି ସଂଗଠନ l ଏହି ପ୍ରୟାସ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି ଏହି ଯୁବ ସମାଜସେବୀମାନେ l ଏଥିରେ ରାଜସୁନାଖଳା ମହୋତ୍ସବ କମିଟି ଏବଂ ପ୍ରିନ୍ସ ଫାଉଣ୍ଡେସନର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details