ନୟାଗଡ଼:ରାଜସୁନାଖଳା ସରପଞ୍ଚଙ୍କୁ ନେଇ ପୁଣି ଚର୍ଚ୍ଚା । ଲୋକଙ୍କୁ ସେବା ଯୋଗାଇବାକୁ ଆୟୋଜନ କଲେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଶିବିର । ପଞ୍ଚାୟତରେ ସ୍ବଚ୍ଛତା ଅଭିଯାନ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହୋଇ ଦିଲ୍ଲୀ ଦରବାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହୋଇଥିଲେ । ଲୋକଙ୍କୁ ହାତ ପାହାନ୍ତାରେ ସୁବିଧା ଦେବା ପାଇଁ ସରପଞ୍ଚଙ୍କ ନିଆରା ଉଦ୍ୟମ । ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ଗାଁରେ ଭ୍ରାମ୍ୟମାଣ ଭ୍ୟାନ ଆସି ଲୋକଙ୍କୁ ଦେଲା ସେବା ।
ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ଲୋକଙ୍କୁ ମାଗଣା ସେବା ଦେଇଛନ୍ତି । ଫଳରେ ଗାଁ ଲୋକେ ଭୁବନେଶ୍ବର ଯାଇ ନ ପାରି ନିଜ ପଞ୍ଚାୟତରେ ସେବା ପାଇଛନ୍ତି । ମୋତିଆ ବିନ୍ଦୁ ଚି଼ହ୍ନଟ ହୋଇଥିବା ରୋଗୀଙ୍କୁ ଭୁବନେଶ୍ବର କର ହସ୍ପିଟାଲରେ ମାଗଣାରେ ଅସ୍ତ୍ରୋପଚାର କରାଯାଇଛି । ଏପରିକି ଲୋକଙ୍କ ଚକ୍ଷୁ ସମସ୍ୟା ପାଇଁ ପରାମର୍ଶ, ସମସ୍ତ ପ୍ରକାର ଚକ୍ଷୁ ସମସ୍ୟା ପାଇଁ ଚି଼ହ୍ନଟ କରାଯାଇଥିଲା ।