ଓଡିଶା

odisha

ETV Bharat / state

ପ୍ରହସନ ପାଲଟିଛି ମୋ ଗୁହାଳ ଯୋଜନା, ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ - ଯୋଗ୍ୟ ହିତାଧିକାରୀ

ଭାପୁର ବ୍ଲକ ଚକ୍ରଧରପ୍ରସାଦ ଗ୍ରାମ ପଞ୍ଚାୟତରେ ମୋ ଗୁହାଳ ଯୋଜନାରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପ୍ରହସନ ପାଲଟିଛି ମୋ ଗୁହାଳ ଯୋଜନା , ବାଦ ପଢୁଛନ୍ତି  ଯୋଗ୍ୟ ହିତାଧିକାରୀ
ପ୍ରହସନ ପାଲଟିଛି ମୋ ଗୁହାଳ ଯୋଜନା , ବାଦ ପଢୁଛନ୍ତି ଯୋଗ୍ୟ ହିତାଧିକାରୀ

By

Published : Oct 5, 2021, 4:09 PM IST

ନୟାଗଡ଼ : ପ୍ରହସନ ପାଲଟିଛି ମୋ ଗୁହାଳ ଯୋଜନା । ଜିଲ୍ଲାର ଭାପୁର ବ୍ଲକ ଚକ୍ରଧରପ୍ରସାଦ ଗ୍ରାମ ପଞ୍ଚାୟତରେ ଏହି ଯୋଜନାରେ ଚଞ୍ଚକତା କରାଯାଉଥିବା ଅଭିଯୋଗ ହୋଇଛି । ପଶୁ ପାଳନ କରୁଥିବା ପଶୁପାଳକଙ୍କୁ ପ୍ରୋତ୍ସାହନ ସ୍ୱରୂପ ରାଜ୍ୟ ସରକାର ଆରମ୍ଭ କରିଥିଲେ ଏହି ଯୋଜନା । ହେଲେ ଏବେ ଏହି ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି ।

ପ୍ରହସନ ପାଲଟିଛି ମୋ ଗୁହାଳ ଯୋଜନା , ବାଦ ପଢୁଛନ୍ତି ଯୋଗ୍ୟ ହିତାଧିକାରୀ

ଏହି ଯୋଜନାରେ ସାମିଲ ପାଇଁ ପଞ୍ଚାୟତ ଅଫିସଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ପ୍ରକୃତ ହିତାଧିକାରୀ । ହେଲେ ମୋ ଗୁହାଳ ଯୋଜନାରେ ସାମିଲ କରାଯାଉନାହିଁ । ଲାଞ୍ଚ ଦେଇ ଅନେକ ଅଯୋଗ୍ୟ ହିତାଧିକାରୀ ଗୁହାଳ ପାଇଁ ଟଙ୍କା ହାତେଇଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ।

ଏପରିକି ଦଳୀୟ ଭିତ୍ତିରେ ନିଜ କର୍ମୀଙ୍କୁ ମୋ ଗୁହାଳ ଯୋଜନାରେ ସାମିଲ କରାଯାଇ ପକ୍କା ଘର ପ୍ରଦାନ କରାଯାଉଛି । ମାତ୍ର ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡୁଛନ୍ତି । ଯାହାକୁ ନେଇ ଏବେ ଚକ୍ରଧରପ୍ରସାଦରେ ଜନ ଅସନ୍ତୋଷ ଦେଖାଦେଇଛି । ଏନେଇ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରି ତଦନ୍ତ କରିବାକୁ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details