ଓଡିଶା

odisha

By

Published : Nov 5, 2021, 10:56 PM IST

ETV Bharat / state

ସାନ ଭାଇର ବୋମା ମାଡ଼ରେ ବଡ ଭାଇ ଗୁରୁତର

ସାନ ଭାଇର ବୋମା ମାଡ଼ରେ ବଡ଼ଭାଇ ଗୁରୁତର । ବଡ଼ଭାଇକୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ...

ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ଗୁରୁତର
ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ଗୁରୁତର

ନୟାଗଡ଼: ସାନ ଭାଇର ବୋମା ମାଡ଼ରେ ବଡ଼ଭାଇ ଗୁରୁତର । ବଡ଼ଭାଇକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଜିଲ୍ଲା ବାହାଡା ଝୋଲା ଛକ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁୂ ମିଳିଛି । ଏହି ଘଟଣାକୁ ନଏଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ଗୁରୁତର

ସେପଟେ ସାନ ଭାଇକୁ ଅଟକ ରଖି ପଚରାଉଚାର ଜାରି ରଖିଛି ପୋଲିସ । ଧାର ଉଧାର ଟଙ୍କା କାରାବାରକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଏହାପରେ ସାନ ଭାଇ ଉତକ୍ଷିପ୍ତ ହୋଇ ବଡ଼ ଭାଇ ଉପରେ ବୋମାମାଡ଼ କରି ମରଣାନ୍ତକ ଆକ୍ରମଣ କରିଥିଲା ।

ଘଟଣା ସ୍ଥଳରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି । ଏହି ବୋମା କେଉଁଠୁ ଆସିଲା ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହାର ପ୍ରମାଣ ଖୋଜୁଛି ପୋଲିସ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details