ଓଡିଶା

odisha

ETV Bharat / state

ଗିରଫ ନକଲି ଗୃହ ସଚିବ କାହ୍ନୁ ପ୍ରଧାନର ୫ ଲକ୍ଷ କଳାଧନ ଜବତ କଲା ପୋଲିସ

ଚାନ୍ଦପୁର ପୋଲିସ କିଛିଦିନ ତଳେ ବହୁ ଚର୍ଚ୍ଚିତ ନକଲି ଗୃହ ସଚିବ କହି ଲୋକଙ୍କୁ ଠକୁଥିବା କାହ୍ନୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏହି ଘଟଣାରେ ଜଣେ ବ୍ୟକ୍ତି ଠାରୁ କାହ୍ନୁର ୫ ଲକ୍ଷ କଳା ଟଙ୍କାକୁ ଜବତ କରିଛି l

By

Published : Nov 20, 2020, 10:48 AM IST

ଗରିଫ ନକଲି ଗୃହ ସଚିବ କାହ୍ନୁ ପ୍ରଧାନର ୫ ଲକ୍ଷ କଳାଧନ ଜବତ କଲା ପୋଲିସ
ଗରିଫ ନକଲି ଗୃହ ସଚିବ କାହ୍ନୁ ପ୍ରଧାନର ୫ ଲକ୍ଷ କଳାଧନ ଜବତ କଲା ପୋଲିସ

ନୟାଗଡ: ଜିଲ୍ଲା ଚାନ୍ଦପୁର ପୋଲିସ କିଛିଦିନ ତଳେ ବହୁ ଚର୍ଚ୍ଚିତ ନକଲି ଗୃହ ସଚିବ କହି ଲୋକଙ୍କୁ ଠକୁଥିବା କାହ୍ନୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ପରେ ପୋଲିସ ଏହି ଘଟଣାରେ ଖୋଳତାଡ଼ ଆରମ୍ଭ କରିଥିଲା l ଆଇଆଇସି ରଶ୍ମି ରଞ୍ଜନ ଦାଶ ଏହି ଘଟଣାର ତଦନ୍ତ ଚଳାଇଛନ୍ତି l

ଗରିଫ ନକଲି ଗୃହ ସଚିବ କାହ୍ନୁ ପ୍ରଧାନର ୫ ଲକ୍ଷ କଳାଧନ ଜବତ କଲା ପୋଲିସ

ଗତ ବୁଧବାର ଦିନ କାଁହୁର ସହଯୋଗୀ ପର୍ଶୁରାମ ଜେନା (୩୫)କୁ ଚାନ୍ଦପୁର ପୋଲିସ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିଥିଲା l ପୁଣି ପୋଲିସ ଏହି ଘଟଣାରେ ଜଣେ ବ୍ୟକ୍ତି ଠାରୁ କାହ୍ନୁର ୫ ଲକ୍ଷ କଳା ଟଙ୍କାକୁ ଜବତ କରିଛି l ଏ ନେଇ ଚାନ୍ଦପୁର ଥାନାରେ ୧୩୩/୨୦ ନମ୍ୱର୍ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି l ସୁରକ୍ଷା ଦୃଷ୍ଟିରୁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details