ଓଡିଶା

odisha

ETV Bharat / state

ସରକାର ଭୁଲି ଗଲେ ପ୍ରତିଶ୍ରୁତି, ଦାବି ପୂରଣ ପାଇଁ ଅଡି ବସିଛି ଡ୍ରାଇଭର ସଂଘ - ଦାବି ନେଇ ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ

ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ । ନୟାଗଡ ଜିଲ୍ଲା ଘଡୁଆଳ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଇଛି l ଅଧିକ ପଢନ୍ତୁ

ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ
ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ

By

Published : Jan 20, 2022, 12:42 PM IST

ନୟାଗଡ: ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ । ନୟାଗଡ ଜିଲ୍ଲା ଘଡୁଆଳ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଇଛି l କୋରୋନା ଭଳି ମହାମାରୀ ସମୟରେ ଡ୍ରାଇଭରମାନେ ସରକାର ସାହାଯ୍ୟ କରିଛନ୍ତି l ଜୀବନକୁ ବାଜି ଲଗାଇ କାମ କରିଛନ୍ତି l ତେଣୁ ଏକାଧିକ ଦାବି ପୂରଣ ପାଇଁ ଡ୍ରାଇଭରମାନେ ଅଡ଼ି ବସିଛନ୍ତି l

ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି, ଉପସଭାପତି ସୁମନ ଅଳତିଆ, ନୟାଗଡ ଜିଲ୍ଲା ସଭାପତି ଅବକାଶ କାଠୁଆ, ଉପସଭାପତି ପାଣୁ ଚରଣ ସ୍ବାଇଁ, ସମ୍ପାଦକ ସନ୍ତୋଷ ସାଥୁଆ ଓ ଅମରେନ୍ଦ୍ର ଛୁଆଳସିଂଙ୍କ ଉପସ୍ଥିତ ଥିଲେ । ବାରମ୍ବାର ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ପରେ ସରକାର ଡ୍ରାଇଭର ମହାସଂଘର 11ଦଫା ଦାବିକୁ ଶୁଣି 8ଦଫା ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଏହାକୁ ଡ୍ରାଇଭର ମହାସଂଘ ଅପେକ୍ଷା କରିଥିବା ବେଳେ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି ସରକାର l

ପ୍ରତିଶ୍ରୁତି କେବଳ ସେମାନଙ୍କ ପାଇଁ ପାଣିର ଗାର ବୋଲି ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି l ସରକାର ଯଦି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡ୍ରାଇଭର ସଙ୍ଘର ତଥା ଡ୍ରାଇଭର ମାନଙ୍କର ନାର୍ଯ୍ୟୋଚିତ ଦାବିକୁ ପୂରଣ କରିବାରେ ଅସମର୍ଥ ହୁଅନ୍ତି ତାହା ହେଲେ ଓଡିଶାର କୋଣ ଅନୁକୋଣରେ ଥିବା ସମସ୍ତ ଡ୍ରାଇଭରମାନେ ନିର୍ବାଚନରେ ଏହାର ଦୃଢ ଜବାବ ଦେବେ ବୋଲି କହିଛନ୍ତି । କୁହୁଳି ଥିବା ନିଆଁ ବିସ୍ଫୋରଣ ହୋଇପାରେ ବୋଲି ଚେତାବନୀ ଦେଇଛି ସଂଘ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details