ନୟାଗଡ଼: ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ l ନୟାଗଡ଼ ଜିଲ୍ଲା ସଦର ବ୍ଲକ ତଥା ନୟାଗଡ଼ ଉପକଣ୍ଠ ନବଘନପୁର ଗ୍ରାମରେ ଦୀର୍ଘଦିନ ଧରି ପାଇପ୍ ଅଚଳ ହୋଇଯିବା କାରଣରୁ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି l
ଫଳରେ ପିଇବା ପାଣି ପାଇଁ ଲୋକେ ଖରାରେ ୨ ରୁ ୩ କିମି ରାସ୍ତା ଚାଲି ଚାଲି ଯାଉଥିବା ବେଳେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କୌଣସି ସୁଫଳ ମିଳୁନଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।