ଓଡିଶା

odisha

ETV Bharat / state

ସ୍ବପ୍ନ ହେଲା ପୁରା: ନୟାଗଡରୁ ପରୀକ୍ଷଣ ଭାବେ ଗଡିଲା ଟ୍ରେନ - ନୟାଗଡରୁ ଗଡିଲା ଟ୍ରେନ

ଆଜି ପରୀକ୍ଷଣ ଭାବେ ନୟାଗଡରୁ ମହୀପୁର ଷ୍ଟେସନକୁ ଗଡ଼ିଛି ଟ୍ରେନ । ତେବେ ପ୍ରଥମ ଥର ପାଇଁ ଏହି ଟ୍ରେନ ଗଡିଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଡିଜାଇନ ଫଟୋ

By

Published : Jul 25, 2019, 2:54 PM IST

ନୟାଗଡ: ଆଜି ନୟାଗଡବାସୀଙ୍କ ପାଇଁ ଐତିହାସିକ ଦିନ । ସବୁ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପରୀକ୍ଷଣ ଭାବେ ନୟାଗଡରୁ ମହୀପୁର ଷ୍ଟେସନକୁ ଗଡିଛି ଟ୍ରେନ । ଟ୍ରେନ ଚଳାଚଳ ଆରମ୍ଭ ହେବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଆଜି ପରୀକ୍ଷଣ ମୂଳକ ଭାବେ 10ଟି ବଗି ସହ ଟ୍ରେନ ନୟାଗଡରୁ ମହିପୁରକୁ ଯାତ୍ରା କରିଥିଲା । ଟ୍ରେନଟି ମାତ୍ର 10 ମିନିଟ୍‌ରେ ମହିପୁରରେ ପହଞ୍ଚିଥିଲା । ଦୀର୍ଘ ଦିନ ହେଲାଣି ଲୋକେ କେବଳ ଟ୍ରେନ ଚଳାଚଳ କରିବ ବୋଲି ଶୁଣିଥିଲେ, ହେଲେ ପ୍ରଥମ ଥର ପାଇଁ ମହୀପୁରକୁ ଟ୍ରେନ ଆସିଥିବାରୁ ଲୋକେ ଖୁସିର ଆତ୍ମହରା ହୋଇଯାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଅନ୍ୟପଟେ ନୟାଗଡରୁ ଭୁବନେଶ୍ବରକୁ ସିଧାସଳଖ କୌଣସି ଟ୍ରେନ ଯାଉ ନଥିବାରୁ ବିଭିନ୍ନ ମଞ୍ଚ ପକ୍ଷରୁ ପୂର୍ବତଟ ମୁଖ୍ୟ ମଣ୍ଡଳ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହ ଚମ୍ପତିପୁର ଠାରେ ଏକ ଷ୍ଟେସନ କରିବା ପାଇଁ ଦାବି କରିଥିଲେ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details