ନୟାଗଡ଼: କୋରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ଗତ ଶୁକ୍ରବାର ୮ ତାରିଖରେ ବିଦ୍ୟାଳୟ ଖୋଲିଛି l ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସ.ଓ.ପି ପାଳନ ସହିତ ବିଦ୍ୟାଳୟକୁ ସଫା ସୁତୁରା ରଖିବାକୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି l ତେବେ ଏହି ନିୟମ ଠିକ ଭାବେ ପାଳନ କରାଯାଉଛି କି ନାହିଁ, ତାହା ପରଖିବା ପାଇଁ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀମାନେ ବିଦ୍ୟାଳୟ ବୁଲି ଦେଖୁଛନ୍ତି l ବିଦ୍ୟାଳୟଗୁଡିକର ସ୍ଥିତି ପରଖିବା ପାଇଁ ପ୍ରଥମେ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ଆସି ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଥିଲେ l ଏବଂ ପରେ ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁ ମଧ୍ୟ କୋଭିଡ଼ ଗାଇଡ଼ଲାଇନକୁ ଅନୁଧ୍ୟାନ କରିବା ପାଇଁ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଥିଲେ l
ସ୍କୁଲ ବୁଲିଲେ ଜିଲ୍ଲାପାଳ, କୋଭିଡ଼ ଗାଇଡ଼ଲାଇନର କଲେ ଅନୁଧ୍ୟାନ - ନୟାଗଡ଼
ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସ.ଓ.ପି ପାଳନ ସହିତ ବିଦ୍ୟାଳୟକୁ ସଫା ସୁତୁରା ରଖିବାକୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି l ତେବେ ଏହି ନିୟମ ଠିକ ଭାବେ ପାଳନ କରାଯାଉଛି କି ନାହିଁ, ତାହା ପରଖିବା ପାଇଁ ବିଦ୍ୟାଳୟ ବୁଲି ଦେଖୁଛନ୍ତି ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ । ଅଧିକ ପଢନ୍ତୁ...
ସ୍କୁଲ ବୁଲିଲେ ଜିଲ୍ଲାପାଳ, କୋଭିଡ଼ ଗାଇଡ଼ଲାଇନର କଲେ ଅନୁଧ୍ୟାନ
ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ପାଠପଢା ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ କଥା ପଚାରିଥିଲେ l ଏହା ସହିତ ବିଦ୍ୟାଳୟର "ମୋ ସ୍କୁଲ" କାର୍ଯ୍ୟକ୍ରମକୁ ମଧ୍ୟ ବୁଲି ଦେଖିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଓ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ବୁଲାଇ ଦେଖାଇଥିଲେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ