ନୟାଗଡ଼: ପୈାର ପାଳିକା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ହିତାଧିକାରୀଙ୍କୁ ଆବାସ ବଣ୍ଟନ କାର୍ଯ୍ୟକ୍ରମ। ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟଦେଶ ବଣ୍ଟନ କରିଛନ୍ତି ।
ପୈାର ପାଳିକାର ୭୪ ଜଣ ଭୂମି ଅଧିକାର ପ୍ରମାଣ ପତ୍ର ପାଇଥିବା ହିତାଧିକାରୀଙ୍କ ସମେତ ମୋଟ ୧୬୧ ଜଣଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l ଆବାସ ଯୋଜନାରେ ଲୋକଙ୍କୁ କିଭଳି ସୁବିଧା ଓ ସୁଯୋଗ ପ୍ରଦାନ କରାଯାଇପରିବ ସେ ଦିଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀ କହିଥିଲେ l