ନୟାଗଡ଼ :ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ସାରା ଦେଶ ଆଜି ମହିଳା ମାନଙ୍କୁ ସମ୍ମାନ ଦେଉଥିବା ବେଳେ ଖଣ୍ଡପଡାରେ ଏହାର ବ୍ୟତିକ୍ରମ ଦେଖା ଦେଇଛି ।
ଆଜି ଖଣ୍ଡପଡା ଖଳିସାହି ଠାରେ ବିଜେଡ଼ି ଆୟୋଜିତ କରିଥିଲା ଆନ୍ତର୍ଜାତିକ ମହିଳା ଦିବସ । ସେଠାରେ ମୁଖ୍ୟ ଅତିଥି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀରୁ ବହୁ ମହିଳା ଯୋଗ ଦେଇଥିଲେ । ତେବେ କାର୍ଯ୍ୟକ୍ରମ ଶେଷରେ ଆୟୋଜକ ବିଜେଡ଼ି କର୍ମୀ ମାନେ ଖଣ୍ଡପଡା ଏନଏସିରୁ ଆସିଥିବା ମହିଳା ମାନଙ୍କୁ ଖାଇବାକୁ ଦେଇ ନଥିଲେ, ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।