ଓଡିଶା

odisha

ନୟାଗଡ଼ ମହାବିଦ୍ୟାଳୟକୁ ନେଇ ବିବାଦ, 2018ରୁ ହରାଇଛି ସ୍ୱୟଂଶାସିତ ମାନ୍ୟତା !

By

Published : Jul 16, 2022, 2:54 PM IST

ନୟାଗଡ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ନେଇ ଉଠିଲା ପ୍ରଶ୍ନ l ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଏହି ଗୁରୁତର ତଥ୍ୟ ଲୁଚାଇ ସେମାନଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ । ଅଧିକ ପଢନ୍ତୁ

ନୟାଗଡ଼ ମହାବିଦ୍ୟାଳୟକୁ ନେଇ ବିବାଦ
ନୟାଗଡ଼ ମହାବିଦ୍ୟାଳୟକୁ ନେଇ ବିବାଦ

ନୟାଗଡ଼: ନୟାଗଡ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ନେଇ ଉଠିଲା ପ୍ରଶ୍ନ l ୨୦୧୮ ମସିହା ଜାନୁଆରୀ ମାସରୁ ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ ହୋଇପାରିନାହିଁ l ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଏହି ଗୁରୁତର ତଥ୍ୟ ଲୁଚାଇ ସେମାନଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ବୋଲି ଆଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ।

ନୟାଗଡ଼ ମହାବିଦ୍ୟାଳୟକୁ ନେଇ ବିବାଦ

ସୂଚନା ଅଧିକାର ଆଇନ ଦ୍ୱାରା ଉପଲବ୍ଧ ତଥ୍ୟ ଅନୁସାରେ, ଗତ ତା ୮.୧.୨୦୧୮ ତାରିଖରୁ ବିଶ୍ୱବିଦ୍ୟାଳୟ ମଞ୍ଜୁର କମିଶନ ବା ୟୁଜିସି ର କୋଲକତା ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଉପ ସଚିବ ଲଳିଥା ଗଣେଶନ ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରlରଙ୍କୁ ଲେଖିଥିବା ପତ୍ରସଂଖ୍ୟା F.22-1/2012(AC) ନୟାଗଡ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ୨୦୧୨-୨୦୧୩ ଶିକ୍ଷା ବର୍ଷରୁ ୨୦୧୭-୨୦୧୮ ମସିହା ଏବଂ ପରେ ୬ ବର୍ଷ ଯାଏଁ ବଳବତ୍ତର ଥିଲା l

ମାତ୍ର ଏହାର ଅବଧି ସମ୍ପ୍ରସାରଣ ପାଇଁ ୟୁଜିସି ଷ୍ଟାଣ୍ଡିଙ୍ଗ କମିଟିର ଏଯାବତ ମଞ୍ଜୁରୀ ପ୍ରାପ୍ତ ହୋଇପାରି ନାହିଁ l ତେଣୁ ଏଥିରୁ ସ୍ପଷ୍ଟ ଯେ, ୨୦୧୮ ମସିହାରୁ ନୟାଗଡ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ ହୋଇନାହିଁ । ୟୁଜିସିରୁ ଏହି ପତ୍ର କଲେଜ କର୍ତୃପକ୍ଷ ପାଇସାରିବା ପରେ କାହା ଚାପରେ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଏ ସମ୍ପର୍କରେ ଜଣାଇନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

ୟୁଜିସି ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, ୟୁଜିସି ଏକ୍ସପର୍ଟ କମିଟି ସୁପାରିଶ ଆଧାରରେ ଅଟୋନୋମସ ମାନ୍ୟତା ସମ୍ପ୍ରସାରଣ କରାଯିବା ନିୟମ ରହିଛି l ତେବେ ଏଠାରେ ପ୍ରଶ୍ନ ଉଠୁଛି ନୟାଗଡ ମହାବିଦ୍ୟାଳୟର ଅଟୋନୋମସ ମାନ୍ୟତା ଅବଧି ସମ୍ପ୍ରସାରଣ ପାଇଁ ଏକ୍ସପର୍ଟ କମିଟି ଏଯାବତ କେଉଁ କାରଣ ପାଇଁ ସୁପାରିଶ କରିନାହଁନ୍ତି ? ସେ ସମ୍ପର୍କରେ କଲେଜ ଅଧ୍ୟକ୍ଷ ନୟାଗଡବାସୀଙ୍କୁ ସ୍ପଷ୍ଟ କରନ୍ତୁ ବୋଲି ବରିଷ୍ଠ ଆଇନଜୀବି ରଣଜିତ ଦାଶ ଦାବୀ କରିଛନ୍ତି l

ନୟାଗଡ଼ ମହାବିଦ୍ୟାଳୟକୁ ନେଇ ବିବାଦ

ନୟାଗଡ ମହାବିଦ୍ୟାଳୟର ପ୍ରଶାସନିକ ଅପାରଗତା କିମ୍ବା ବାର୍ଷିକ କୋଟିକୋଟି ୟୁଜିସି ଅନୁଦାନ ଅର୍ଥରାଶିର ଦୁରୁପଯୋଗ କରାଯାଇଥିବା କାରଣରୁ ନୟାଗଡ ମହାବିଦ୍ୟାଳୟର ଅଟୋନୋମସ ମାନ୍ୟତା ସମ୍ପ୍ରସାରଣ ପାଇଁ ଏକ୍ସପର୍ଟ କମିଟି ସୁପାରିଶ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି l

ଯଦି କଲେଜ କର୍ତ୍ତୃପକ୍ଷ ଏହାର ସନ୍ତୋଷଜନକ ଉତ୍ତର ସାର୍ବଜନୀନ କରିବେ ନାହିଁ ତେବେ ୟୁଜିସିକୁ ପକ୍ଷଭୁକ୍ତ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନୟାଗଡ ସ୍ୱାର୍ଥ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ l

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details