ଓଡିଶା

odisha

ETV Bharat / state

ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା, ଧାଡ଼ିରେ ଥୁଆ ହୋଇଛି ଆଧାର କାର୍ଡ

ନୟାଗଡ଼ ସ୍ଥିତ ବଜେନ୍ଦ୍ର ଚନ୍ଦ୍ର ହାଇସ୍କୁଲରେ ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା । ଧାଡିରେ ଲୋକେ ଠିଆ ହେବା ପରିବର୍ତ୍ତେ ଲମ୍ବା ଲାଇନରେ ରହିଛି ଆଧାରକାର୍ଡ । ଅଧିକ ପଢନ୍ତୁ...

By

Published : May 18, 2021, 8:49 AM IST

ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା, ଧାଡ଼ିରେ ଥୁଆ ହୋଇଛି ଆଧାର କାର୍ଡ
ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା, ଧାଡ଼ିରେ ଥୁଆ ହୋଇଛି ଆଧାର କାର୍ଡ

ନୟାଗଡ଼: ନୟାଗଡ଼ ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା । ଟିକା ନେବାକୁ ଆସି ହନ୍ତସନ୍ତ ଲୋକେ । ଧାଡିରେ ଲୋକେ ଠିଆ ହେବା ପରିବର୍ତ୍ତେ ଲମ୍ବା ଲାଇନରେ ରହିଛି ଆଧାରକାର୍ଡ । ଯାହା ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥାକୁ ବାହାରେ ପକାଇଛି । ନୟାଗଡ଼ ସ୍ଥିତ ବଜେନ୍ଦ୍ର ଚନ୍ଦ୍ର ହାଇସ୍କୁଲରେ ଟୀକାକରଣକୁ ସୁଵ୍ୟଵସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଟୀକାକରଣ କେନ୍ଦ୍ର ଖୋଲା ଯାଇଛି l କିନ୍ତୁ ଟୀକାକରଣ କେନ୍ଦ୍ରଟି ଅବ୍ୟବସ୍ଥା ମଧ୍ୟରେ ଥିବା ଲୋକେ ଅଭିଯୋଗ କରିଛନ୍ତି ।

ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା, ଧାଡ଼ିରେ ଥୁଆ ହୋଇଛି ଆଧାର କାର୍ଡ

ଏଥି ସହ ଏଠାରେ ତମ୍ବୁର ବ୍ୟବସ୍ଥା କରାଯାଇଥିଲେ କେନ୍ଦ୍ରରେ ତାଲା ଝୁଲିବା ହେତୁ ଗେଟ୍ ବାହାରେ ଦିବ୍ୟାଙ୍ଗ ଏବଂ ସାଧାରଣ ଲୋକ ଘଣ୍ଟା ଘଣ୍ଟା ଖରାରେ ଛିଡ଼ା ହେଉଛନ୍ତି । ଲୋକଙ୍କୁ ଗୋଟେ ସମୟ କହି ଆଉ ଗୋଟେ ସମୟରେ ଟୀକାକରଣ କେନ୍ଦ୍ର ଖୋଲୁଥିବା ଅଭିଯୋଗ ମଧ୍ୟ ହୋଇଛି । ଫଳରେ ଗେଟ୍ ସମ୍ମୁଖରେ ଡ଼ହଡ଼ହ ଖରାରେ ଲୋକେ ଛିଡ଼ା ହେବା ସହ ଆଧାରକାର୍ଡକୁ ଲାଇନରେ ରଖିଛନ୍ତି ।

ତେବେ ପ୍ରଥମେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଟୀକା ପ୍ରଦାନ ବେଳେ ବ୍ୟାପକ ଅବ୍ୟବସ୍ଥା ହୋଇଥିଲା । ଏଠାରେ ମଧ୍ୟ ଲମ୍ବା ଧାଡ଼ିରେ ଆଧାରକାର୍ଡ ଥୁଆ ହେବା ସହ ଲୋକେ ସାମାଜିକ ଦୂରତା ନିୟମ ଭୁଲି ଯାଇ ଭିଡ଼ ଜମାଇଥିଲେ । ଏନେଇ ଭିଡ଼ିଓ ଭାଇରାଲ ହେବା ପରେ ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଟୀକାକରଣ କେନ୍ଦ୍ରକୁ ବଜେନ୍ଦ୍ର ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଏଠାରେ ମଧ୍ୟ ସମାନ ଅବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details