ଓଡିଶା

odisha

ETV Bharat / state

ଢୋଲମରା ପଞ୍ଚାୟତ ଉପନିର୍ବାଚନ; ବାଜି ମାରିଲେ ଟିକିନା - Dholamara panchayat by election\

ନୟାଗଡ଼ ଢୋଲମରା ପଞ୍ଚାୟତରେ ସରପଞ୍ଚ ଉପନିର୍ବାଚନରେ ପ୍ରାର୍ଥୀନୀ ଟିକିନା ବେହେରା ଖୋଲାବହି ଚିହ୍ନରେ ଲଢ଼ିଥିବା ବିଜୟ ଲାଭ କରିଛନ୍ତି। ଅଧିକ ପଢନ୍ତୁ...

ଢୋଲମରା ପଞ୍ଚାୟତ ଉପନିର୍ବାଚନ; ବାଜି ମାରିଲେ ଟିକିନା
ଢୋଲମରା ପଞ୍ଚାୟତ ଉପନିର୍ବାଚନ; ବାଜି ମାରିଲେ ଟିକିନା

By

Published : Feb 26, 2021, 10:21 AM IST

ନୟାଗଡ଼: ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୟତ ଢୋଲମରା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉପନିର୍ବାଚନର ଭୋଟ ଗଣତି ଶେଷ ହୋଇଛି । ସରପଞ୍ଚ ଉପନିର୍ବାଚନରେ ପ୍ରାର୍ଥୀନୀ ଟିକିନା ବେହେରା ଖୋଲାବହି ଚିହ୍ନରେ ଲଢ଼ିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରଶାନ୍ତ କୁମାର ସେଠୀ ମାଛ ଚିହ୍ନରେ ଲଢୁଥିଲେ ।

ଏହି ନିର୍ବାଚନରେ ଟିକିନା ବିଜୟିନୀ ହୋଇଛନ୍ତି l ପଞ୍ଚାୟତର ୨୮୫୪ ଜଣ ଭୋଟର ମତଦାନ କରିଥିବା ବେଳେ ସେଥିରୁ ୨୨ଖଣ୍ଡ ଭୋଟ ନାକଚ୍ ହୋଇଛି । ଏହି ନିର୍ବାଚନରେ ପ୍ରଶାନ୍ତ କୁମାର ସେଠୀ ୧୨୮୭ ଖଣ୍ଡ ଭୋଟ ପାଇଥିବା ବେଳେ ଟିକିନା ବେହେରା ୧୫୪୫ ଖଣ୍ଡ ଭୋଟ ପାଇଥିଲେ ।

ଟିକିନା ବେହେରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଶାନ୍ତ କୁମାର ସେଠୀଙ୍କୁ ୨୫୮ ଖଣ୍ଡ ଭୋଟରେ ପରାସ୍ତ କରି ଉପନିର୍ବାଚନରେ ବିଜୟୀ ହୋଇଛନ୍ତି l କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି କାର୍ଯ୍ୟକ୍ରମ ହୋଇଥିବା ବେଳେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details