ନୟାଗଡ:ମରଣଯନ୍ତା ପାଲଟିଛି ଚମ୍ପତ୍ତିପୁର ସେତୁ । ଜିଲ୍ଲା ରାଜସୁନାଖଳା ଚାନ୍ଦପୁର ପୂର୍ତ୍ତ ରାସ୍ତା ଚମ୍ପତ୍ତିପୁର ସେତୁ ଏବେ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏହାକୁ ସୁଧାରିବା ବଦଳରେ ପୂର୍ତ୍ତ ବିଭାଗ କେବଳ ସଚେତନତାର ବୋର୍ଡ ମାରି ଚୁପ ରହିଛି ।
ଚମ୍ପତ୍ତିପୁର ସେତୁଟି ବ୍ରିଟିଶ ଅମଳରୁ ରହିଛି । ଏହା ବହୁ ପରାତନ ସେତୁ । ସେତୁ ଉପରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯାତାୟାତ କରନ୍ତି । ବର୍ତ୍ତମାନ ଏହି ସେତୁ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ସେତୁଟି ଅଣଓସାରିଆ ହୋଇଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି । ସେତୁର ପୁନଃନିର୍ମାଣ କରିବା ବଦଳରେ ପୂର୍ତ୍ତବିଭାଗ ସେତୁ ବିପଦ ସଙ୍କୁଳ ଭାରିଯାନ ଯାତାୟାତ ନିଷେଧ " ଏକ ସଚେତନତାର ବୋର୍ଡ ମାରିଦେଇ କାମ ସାରିଦେଇଥିବା ଅଭିଯୋଗ ହୋଇଛି ।