ଓଡିଶା

odisha

ETV Bharat / state

ଡୁଆଣ୍ଟ ବ୍ରିଜ ନିର୍ମାଣରେ ବିଳମ୍ବ, ଶରଣକୂଳ ଗୋଡ଼ିପଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ - ନୟାଗଡ଼ରେ ଡୁଆଣ୍ଟ ବ୍ରିଜ ନିର୍ମାଣ ଦାବୀରେ କଂଗ୍ରେସର ବିକ୍ଷୋଭ

ଶରଣକୂଳ ଗୋଡ଼ିପଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ । ବ୍ରିଜ ନିର୍ମାଣ ଦାବି କଲା କଂଗ୍ରେସ । ତୁରନ୍ତ ବ୍ରିଜ ନିର୍ମାଣ ନହେଲେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଧମକ ଦେଇଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଡୁଆଣ୍ଟ ବ୍ରିଜ ନିର୍ମାଣରେ ବିଳମ୍ବ, ଶରଣକୂଳ ଗୋଡ଼ିପଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ
ଡୁଆଣ୍ଟ ବ୍ରିଜ ନିର୍ମାଣରେ ବିଳମ୍ବ, ଶରଣକୂଳ ଗୋଡ଼ିପଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ

By

Published : Aug 10, 2022, 9:44 PM IST

ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୂଳରୁ ଗୋଡ଼ିପଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଅକାମୀ ହୋଇପଡ଼ିଛି କଂଗ୍ରେସ ଅମଳରେ ନିର୍ମାଣ ହୋଇଥିବା ଡୁଆଣ୍ଟ ବ୍ରିଜ । ଫଳରେ ଯାତାୟତରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଶରଣକୂଳ ଗୋଡ଼ିପଡ଼ା ବାସିନ୍ଦା । ଏନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ । ଏହି ଅବସରରେ କଂଗ୍ରେସ ଜିଲ୍ଲା ସଭାପତି ରଂଜିତ ଦାଶଙ୍କ ନେତୃତ୍ବରେ କଂଗ୍ରେସ କର୍ମିମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଡୁଆଣ୍ଟ ବ୍ରିଜ ନିକଟରେ କଂଗ୍ରେସ କର୍ମୀ ଏକାଠି ହୋଇ ସରକାର ତୁରନ୍ତ ଏଠାରେ ନୂଆ ବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ ।

ଡୁଆଣ୍ଟ ବ୍ରିଜ ନିର୍ମାଣରେ ବିଳମ୍ବ, ଶରଣକୂଳ ଗୋଡ଼ିପଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ

ସୂଚନାନୁସାରେ ଶରଣକୂଳ-ଗୋଡ଼ିପଡ଼ା ଏହି ଦୁଇଟି ଗାଁକୁ ଯାତାୟତ ପାଇଁ ଡୁଆଣ୍ଟ ବ୍ରିଜ ନିର୍ମାଣ ହୋଇଥିଲା । ଯାହା ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଥିଲା । ମାତ୍ର ଏହି ବ୍ରିଜର ରକ୍ଷଣାବେକ୍ଷଣ ପ୍ରତି କେହି ଦୃଷ୍ଟି ନଦେବାରୁ ବ୍ରିଜଟି ଧୀରେ ଧୀରେ ଶୋଚନୀୟ ଅବସ୍ଥାକୁ ଗଲାଣି । ପରେ ଲୋକଙ୍କ ଯାତାୟତ ପାଇଁ ଏକ ଅସ୍ଥାୟୀ ତଥା ଡାଇଭର୍ସନ ରୋଡ ନିର୍ମାଣ କରାଯାଇଛି । ହେଲେ ଏହି ରାସ୍ତାର ଅବସ୍ଥା ମଧ୍ୟ ଦୟନୀୟ ହୋଇଛି । ଏନେଇ ସ୍ଥାନିୟ ବାସିନ୍ଦା ବାରମ୍ବାର ପ୍ରଶାସନ ଠାରେ ଗୁହାରି କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ ଅଭିଯୋଗ କରିଛନ୍ତ " ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ୬ ମାସ ପୂର୍ବରୁ ଆରମ୍ଭ ହେଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଶେଷ ହୋଇନି । ବ୍ରିଜ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରାଯାଇଛି । ବ୍ରିଜ କାମ ଶେଷ ନହେବାରୁ ଯିବାଆସିବା ସମୟରେ ଅନେକ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ସାମାନ୍ୟ ବର୍ଷା ହେଲ ଏହି ଅସ୍ଥାୟୀ ଡାଇଭର୍ସନ ରୋଡ ଦେଇ ଯିବାକୁ ଭୟ କରୁଛନ୍ତି ଲୋକେ । ତେଣୁ ଏଠାରେ ତୁରନ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରାଯାଉ । ନହେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବ ।"

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details