ଓଡିଶା

odisha

ହଜିଗଲା ମାନବିକତା: ଅସୁସ୍ଥ ଶାଶୁଙ୍କୁ ଘର ଭିତରକୁ ଛାଡ଼ିଲାନି ବୋହୁ, ଘର ବାହାରେ ପଡ଼ି ଶାଶୁଙ୍କ ମୃତ୍ୟୁ

By

Published : Nov 21, 2022, 10:00 PM IST

ଅସୁସ୍ଥ ଶାଶୁଙ୍କୁ ଘର ଭିତରକୁ ଯିବାକୁ ଦେଲାନି ବୋହୁ । ଘର ବାହାରେ ପଡ଼ି ଶାଶୁଙ୍କ ମୃତ୍ୟୁ ହୋଇଥିଲା । ଶେଷରେ ଗ୍ରାମବାସୀ ଓ ପୋଲିସର ହସ୍ତକ୍ଷେପ ଯୋଗୁଁ ୧୮ ଘଣ୍ଟା ପରେ ମୃତଦେହର ଅନ୍ତିମ ସଂସ୍କାର ହୋଇଥିଲା । ଅଧିକ ପଢ଼ନ୍ତୁ

ହଜିଗଲା ମାନବିକତା: ଅସୁସ୍ଥ ଶାଶୁଙ୍କୁ ଘର ଭିତରକୁ ଛାଡ଼ିଲାନି ବୋହୁ, ଘର ବାହାରେ ପଡ଼ି ଶାଶୁଙ୍କ ମୃତ୍ୟୁ
ହଜିଗଲା ମାନବିକତା: ଅସୁସ୍ଥ ଶାଶୁଙ୍କୁ ଘର ଭିତରକୁ ଛାଡ଼ିଲାନି ବୋହୁ, ଘର ବାହାରେ ପଡ଼ି ଶାଶୁଙ୍କ ମୃତ୍ୟୁ

ନୟାଗଡ଼: ହଜିଗଲା ମାନବିକତା । ଶାଶୁ ଅସୁସ୍ଥ ଥିବା ସତ୍ତ୍ବେ ଘର ଭିତରକୁ ଯିବାକୁ ବାରଣ କଲା ବୋହୁ । ବୋହୁର ବିରୋଧ ପାଇଁ ଚାଲିଗଲା ଶାଶୁଙ୍କ ଜୀବନ । ମୃତ୍ୟୁ ପରେ ମଧ୍ୟ ୧୮ ଘଣ୍ଟାରୁ ଊର୍ଦ୍ଧ ସମୟ ଘର ଆଗରେ ପଡିରହିଲା ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ହରିହରପୁର ଗ୍ରାମରେ ।

ହଜିଗଲା ମାନବିକତା: ଅସୁସ୍ଥ ଶାଶୁଙ୍କୁ ଘର ଭିତରକୁ ଛାଡ଼ିଲାନି ବୋହୁ, ଘର ବାହାରେ ପଡ଼ି ଶାଶୁଙ୍କ ମୃତ୍ୟୁ

ସୂଚନା ଅନୁସାରେ ହରିହରପୁର ଗ୍ରାମର ନିରଞ୍ଜନ ନାୟକଙ୍କ ମାଆ ମୀନା ନାୟକ କିଛିଦିନ ହେବ ଅସୁସ୍ଥ ଥିବାରୁ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଚିକିତ୍ସା ପରେ ଗାଁକୁ ଫେରିଥିଲେ ମୀନା । କିନ୍ତୁ ପାରିବାରିକ କଳହ ପାଇଁ ତାଙ୍କ ବୋହୁ ପୁଷ୍ପଲତା ନାୟକ ଶାଶୁଙ୍କୁ ଘରକୁ ଆଣିବାକୁ ବିରୋଧ କରି ଭିତର ପଟୁ ଘରକୁ ତାଲା ପକାଇଥିଲେ । ଫଳରେ ପୁଷ୍ପଲତାଙ୍କ ସ୍ବାମୀ ଓ ଶାଶୁ ରାତିସାରା ଘର ଦାଣ୍ଡରେ ବସି ରହିଲେ ।

ଏହି ସମୟରେ ଶାଶୁ ମୀନା ନାୟକଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ସକାଳୁ ଘଟଣାସ୍ଥଳରେ ଚାନ୍ଦପୁର ଥାନା ପୋଲିସ ପହଞ୍ଚି ବୋହୁଙ୍କୁ ବୁଝାସୁଝା କରିଥିବା ବେଳେ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ ବୋହୁଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ନିନ୍ଦା କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଲାଗି ରହିଛି ।

ଇଟିଭି ଭାରତ, ନୟାଗଡ଼

For All Latest Updates

ABOUT THE AUTHOR

...view details