ଓଡିଶା

odisha

ETV Bharat / state

ଗୃହରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ରାସ୍ତା ସଂଯୋଗ ଦାବି ଉଠାଇଲେ ଦଶପଲ୍ଲା ବିଧାୟକ

ନୟାଗଡ଼ର ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡ଼ିକୁ ରାସ୍ତା ନିର୍ମାଣ କରାଯାଇ ବ୍ଲକ ତଥା ଜିଲ୍ଲା ହେଡ଼ କ୍ବାର୍ଟର ସହ ସଂଯୋଗ କରାଇବା ପାଇଁ ବିଧାନସଭାରେ ଦାବି । ଏନେଇ ଦାବି ରଖିଛନ୍ତି ଦଶପଲ୍ଲା ବିଧାୟକ ରମେଶ ବେହେରା । ଅଧିକ ପଢ଼ନ୍ତୁ

By

Published : Jul 7, 2022, 10:32 AM IST

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ରାସ୍ତା ସଂଯୋଗ ପାଇଁ ବିଧାନସଭାରେ ଦାବି
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ରାସ୍ତା ସଂଯୋଗ ପାଇଁ ବିଧାନସଭାରେ ଦାବି

ନୟାଗଡ଼: ଆଦିବାସୀ ଅଞ୍ଚଳରେ ରାସ୍ତା ନିର୍ମାଣ ତ୍ବରିତ ତଥା ସମ୍ପ୍ରସାରଣ ପାଇଁ ବିଧାନସଭାରେ ଉଠିଲା ଦାବି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତ ଗୁଡିକରେ ଅଧିକ ସଂଖ୍ୟକ ରାସ୍ତା ନିର୍ମାଣ କରିବାକୁ ଦଶପଲ୍ଲା ବିଧାୟକ ରମେଶ ବେହେରା ବିଧାନସଭାରେ ଦାବି କରିଛନ୍ତି ।

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଶେଷ କରି ପାହାଡ଼ି ଅଞ୍ଚଳ ହୋଇଥିବାରୁ ଏହି ସବୁ ଅଞ୍ଚଳକୁ ଫୋକସରେ ନେବାକୁ ଦାବି କରିଛନ୍ତି ବିଧାୟକ । ରାସ୍ତା ନିର୍ମାଣ କରାଯାଇ ବ୍ଲକ ତଥା ଜିଲ୍ଲା ହେଡ଼ କ୍ବାର୍ଟର ସହ ଗାଁକୁ ସଂଯୋଗ କରାଗଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ହେବା ସହ ସେମାନେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରସର ହେବେ । ଯଦିଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଛି ତାହା ଆବଶ୍ୟକ ଅନୁସାରେ ହୋଇପାରୁନି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି କିମ୍ବା ସ୍ବତନ୍ତ୍ର ଅନୁଦାନ ଦେଇ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ବିଧାନସଭାରେ ଦାବି ରଖିଛନ୍ତି ଦଶପଲ୍ଲା ବିଧାୟକ ରମେଶ ବେହେରା ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details