ନୟାଗଡ଼: ଦିବ୍ୟାଙ୍ଗଙ୍କୁ ମିଳୁନି ସରକାରୀ ସୁବିଧା l ସରକାରୀ ସୁବିଧା ମିଳିଲେ ନୂଆ ଜୀବନ ପାଇପାରିବେ ଦିବ୍ୟାଙ୍ଗ l ସବୁ ପିଲାଙ୍କ ପରି ଖେଳି ବୁଲି ହସିପାରନ୍ତେ ସେ l ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ପୋଖରୀଗୋଛା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଉଦୁଡା ଗ୍ରାମର ସୁରେନ୍ଦ୍ର ଜାନିଙ୍କ ୬ ବର୍ଷର ପୁଅ ସୌମ୍ୟ ଜେନାଙ୍କୁ ମିଳୁନି ଚିକିତ୍ସା ସେବା l
ଜନ୍ମରୁ ସୌମ୍ୟ ଦିବ୍ୟାଙ୍ଗ l ନାଁ କଥା କହିପାରୁଛନ୍ତି ନାଁ ଚାଲିପାରୁଛନ୍ତି l ବୟସ 8 ବର୍ଷ ହେଲାଣି ହେଲେ ଦୁନିଆ ବିଷୟରେ କିଛି ବୁଝିପାରୁନାହାନ୍ତି l ବାପା ସୁରେନ୍ଦ୍ର ଜାନି ଜଣେ ଦିନ ମଜୁରିଆ ଅଟନ୍ତି l ଯାହା ବି ଅର୍ଥ ରୋଜଗାର କରନ୍ତି ସବୁ କିଛି ପୁଅ ସୌମ୍ୟଙ୍କ ଚିକିତ୍ସାରେ ଖର୍ଚ୍ଚରେ ଚାଲିଯାଉଛି l ବାପା ସୁରେନ୍ଦ୍ର ଏବଂ ମା ତିଳୋତ୍ତମା ଜାନି ଏ ପର୍ଯ୍ୟନ୍ତ ମଧ୍ୟ ପୁଅର ଚିକିତ୍ସା ସଠିକ୍ ଭାବରେ କରି ପାରୁନାହାନ୍ତି l ଉଚ୍ଚତର ଚିକିତ୍ସା ମିଳିପାରିଲେ ଦିବ୍ୟାଙ୍ଗତା ଦୂର ହୋଇପାରନ୍ତା l କିନ୍ତୁ ଏଥିପାଇଁ ଅର୍ଥ ହିଁ ଚିକିତ୍ସାରେ ସାଜିଛି ବାଧକ l